ଅବକାରୀ ବିଭାଗର ଚଢାଉ,ମହୁଲି ମଦ ସମେତ ୬ ଗିରଫ
ଦାରିଙ୍ଗିବାଡି ,(ଯୁଗାବ୍ଦ ନ୍ୟୁଜ୍) ଦାରିଙ୍ଗିବାଡି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ ୩୮ ଲିଟର ମହୁଲ ମଦ ଜବତ କରାଯାଇ ୬ ଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ କରାଯାଇଥିବା ଜଣାପଡିଛି ।ବେଆଇନ କାରବାରରେ ସଂପୃକ୍ତ ଅଭିଯୁକ୍ତଙ୍କ ପରିଚୟ ଡକୋବାଲି ଗ୍ରାମର ରାଇନ୍ଦ୍ର ନାୟକ , କ୍ରିର୍ଷ୍ଣା ମଲ୍ଲିକ,ନବୀନ ପ୍ରଧାନ,ଡଲାବାଡି ଗ୍ରାମର ବିଷ୍ଣୁ ବେହେରା, ଗୁରୁସ୍ତ ପ୍ରଧାନ, ବୋଲି ଜଣାପଡିଛି । ଚଢାଉ ସମୟରେ ଏସଆଇ ସଂଞ୍ଜୟ କୁମାର କାଣ୍ଡି,କନେଷ୍ଟବଳ ଦିଗମ୍ବର ଦାସ ,ସୁଶାନ୍ତ କୁମାର ମହାଙ୍କୁଡ , ଏସ କେ ସାକିରଙ୍କ ସହ ଅନ୍ୟ ଅନ୍ୟ କର୍ମଚାରୀ ମାନେ ସାମିଲ ଥିବା ସହ ମହୁଲ ମଦ ଜବତ କରିଥିବା କଥା କହିଛନ୍ତି ଗୁଇନ୍ଦା ଇନ୍ସପେକ୍ଟର ଧିରେନ କୁମାର ବେହେରା ।