ନିୟୁ ଏଜି କଲୋନୀ ରେଜିଡ଼େନ୍ସି କମିଟି ଓ ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ବୃକ୍ଷରୋପଣ

ଭୁୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନିୟୁ ଏଜି କଲୋନୀ ରେଜିଡ଼େନ୍ସି କମିଟି ଏବଂ ତୁଷାର ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ନିୟୁ ଏଜି କଲୋନି ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର-ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କିହଲେ ଯେ, କରୋନା ମହାମାରୀ ସମୟରେ ବଞ୍ôଚବାକୁ ହେଲେ ଗଛଟିଏ ଲଗାନ୍ତୁ । ଅମ୍ଲଜାନ ହିଁ ଏକମାତ୍ର ବିକଳ୍ପ । ତେଣୁ ପ୍ରତ୍ୟେକ ଲୋକ ଗୋଟିଏ ଗୋଟିଏ ବୃକ୍ଷ ଲଗାଇବା ଆବଶ୍ୟକ । ସମ୍ମାନିତ ଅତିଥି ଭାବେ ବିରଞ୍ôଚ ନାରାୟଣ ମହାସୁପକାର, ପୂର୍ବତନ କର୍ପୋରେଟର ନବକିଶୋର ବେହେରା, ଅକ୍ଷୟ ବେହେରା ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ ଯେ, ପ୍ରତିଦିନ ଶହ ଶହ ସଂଖ୍ୟାରେ ବୃକ୍ଷ କାଟିବା ଦ୍ୱାରା ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି, ଜଙ୍ଗଲ ଧ୍ୱଂସ ହେବା ଫଳରେ ଏହାର ପ୍ରଭାବ ମଣିଷ ସମାଜ ଉପରେ ପଡ଼ୁଛି, ପରିବେଶ ଦୃତଗତିରେ ପ୍ରଦୂଷଣ ହେବାରେ ଲାଗିଛି । ଏପରି ସ୍ଥିତିରେ ଗତ ତିନିମାସରୁ ଉର୍ଦ୍ଧ୍ୱ ସମୟ ହେବ ଭାରତ ସମେତ ସାରା ଓଡ଼ିଶାରେ କରୋନା ମହାମାରୀ ଯେଉଁଭଳି ଭାବରେ ତାର କାୟା ବିସ୍ତାର କରିଚାଲିଛି, ସେଥିରୁ ମୁକୁଳିବାକୁ ହେଲେ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ । ତେଣୁ ପ୍ରତ୍ୟେକ ମଣିଷ ଅନ୍ୟୁନ ଗୋଟିଏ ଗୋଟିଏ ଗଛ ଲଗାଇବା ସହିତ ତାର ଯତ୍ନ ନେବା ଏବଂ ଅନ୍ୟମାନଙ୍କୁ ଗଛ ଲଗାଇବାକୁ ଆହ୍ୱାନ ଦେବାକୁ ସେ ନିବେଦନ କରିଥିଲେ । ତୁଷାର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ ଏବଂ ନିୟୁ ଏଜି କଲୋନୀ ରେଜିଡ଼େନ୍ସ କମିଟିର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ଜିତେନ୍ଦ୍ର କୁମାର ଜେନା, ପୁରୁଷୋତ୍ତମ ନନ୍ଦ, ଉପସଭାପତି ଜୟଦେବ ଶାଶିନି, ଯୁଗ୍ମ ସମ୍ପାଦକ ରବୀନ୍ଦ୍ରନାଥ ଚାନ୍ଦ, କୋଷାଧ୍ୟକ୍ଷ ଫକିର ଚରଣ ବେହେରା, ଶିଶିର କୁମାର ମିଶ୍ର, ମନୋରଞ୍ଜନ ମହାନ୍ତି, ରାମ ମାଝୀ, ତ୍ରିନାଥ ମହାରଣା, ଅଶୋକ ପଟ୍ଟନାୟକ, ଶକ୍ତିସାହେବ ପତି, ପି. ମଧୁସୂଦନ ଡ଼ୋରା, ସୁଶାନ୍ତ ରାଉତ, ସୁକାନ୍ତ ବାରିକ, ସତ୍ୟଜିତ ନାୟକ, ମାଧବ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ