ଗ୍ରାମ ପଞ୍ଚାୟତସ୍ତରରେ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ : ଏ.ଏନ୍‌.ଏମ୍‌. ସଂଘ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଓଡ଼ିଶା ସରକାର କୋଭିଡ୍‌-୧୯ ମୁକାବିଲା ପାଇଁ ଗ୍ରାମ ପଞ୍ଚାୟତସ୍ତରରେ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଦେଇ ମହାମାରୀକୁ ନିୟନ୍ତ୍ରଣ କରିବା ଏବଂ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ପ୍ରୟାସ କରୁଛନ୍ତି । ଦୀର୍ଘଦିନ ଧରି ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ବାରମ୍ବାର ରାଜ୍ୟ ସରକାରଙ୍କ ନିକଟରେ ନିଯୁକ୍ତି ପାଇଁ ଦାବି କରି ଆସୁଛନ୍ତି । ଶେଷରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ୍‌-୧୯ ମହାମାରୀର ମହାସଂଗ୍ରାମ ପାଇଁ ୭ ହଜାର ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ସଂକ୍ରାନ୍ତୀୟ ନିଷ୍ପତ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ନିଯୁକ୍ତି ସାମୟିକ ହେଲେ ମଧ୍ୟ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ । ଆଶା, ଆଗାମୀ ଦିନରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସଙ୍କଟକୁ ସମ୍ମୁଖୀନ ହେବା ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଏକ ଦୀର୍ଘସ୍ଥାୟୀ ପଦକ୍ଷେପ ଗ୍ରହଣ କରିବେ । ତୁରନ୍ତ ନିଯୁକ୍ତି ପ୍ରକ୍ରିୟାକୁ କ୍ରିୟାନ୍ୱୟନ କରିବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କର ଉପଯୁକ୍ତ ସୁରକ୍ଷା ବିଷୟରେ ଦୃଷ୍ଟି ଦେବା, ଉନ୍ନତମାନର ମାକ୍ସ, ଗ୍ଲୋବସ୍‌, ପିପିଇ କିଟ୍ ଯୋଗାଇଦେବା ଆବଶ୍ୟକ ବୋଲି ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ସଭାନେତ୍ରୀ ବିଷ୍ଣୁପ୍ରିୟା ଖଣ୍ଡାଇ ସିଂହ ଏକ ପ୍ରେସ୍ ବିବୃତ୍ତିରେ ମତପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ