ନୂଆପଡାକୁ ସୁସ୍ଥ ହୋଇ ଫେରିଲେ ୮, ମୃତ୍ୟୁ ୧
ଚିକିଟି, (କୁରେଶୁ ସାହୁ): ଆଜି ସକାଳୁ କୋଭିଡ ହସ୍ପିଟାଲରେ ଚିକିତ୍ସା ଅବସ୍ଥାରେ ଥିବା ନୂଆପଡାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି l ମୃତ୍ୟୁ ଯୁବକ ଜଣକ ହେଉଛନ୍ତି ନୂଆପଡା ବଡଡେରା ସାହିର ନିରଞ୍ଜନ ବିଶୋଇ (୩୫) l ସେ କିଛି ଦିନ ତଳେ କରୋନା ସଂକ୍ରମିତ ବୋଲି ପ୍ରଶାସନ ସ୍ତରରେ ଚିହ୍ନଟ ପରେ ବ୍ରହ୍ମପୁର କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିଲେ l ଆଜି ତାଙ୍କ ମୃତ୍ୟୁ ହୋଇଛି l ତାଙ୍କ ସ୍ତ୍ରୀ ଓ 3ବର୍ଷର ଛୁଆଟି ଅଛି l ସେମାନେ ମଧ୍ୟ କୋଭିଡ ହସ୍ପିଟାଲ ରେ ଚିକିତ୍ସା ହେଉଛନ୍ତି l ସ୍ତ୍ରୀ ଚିକିତ୍ସା ହେଉଥିବା ବେଳେ ସ୍ୱାମୀଙ୍କ ମୃତ୍ୟୁ ଅଂଚଳରେ ଚlଞ୍ଚଲ୍ୟ ସୃଷ୍ଟି କରିଛି l ପୁଣି ନୂଆପଡାକୁ ଗତ 6ତାରିଖରୁ ସଂକ୍ରମିତ 19ଜଣଙ୍କ ମଧ୍ୟରୁ 8ଜଣ ସୁସ୍ଥ ହୋଇ ଫେରିଲେଣି l ଆଜିର ଯୁବକଙ୍କ ମୃତ୍ୟୁରେ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି l