ଜିଲ୍ଲା ଯୁବ ବିଜେଡି ସଭାପତିଙ୍କ କରୋନା ଯୋଦ୍ଧାଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲା ଯୁବ ବିଜୁଜନତା ଦଳ ସଭାପତି ଏସ.ଲିଙ୍ଗରାଜ ପାରଳାଖେମୁଣ୍ଡି ମ୍ୟୁନିସିପାଲଟିରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କୁ ଏବଂ ୧୬ଗୋଟି ୱାର୍ଡରେ ନିୟୋଜିତ ଜ୍ୱର ପରୀକ୍ଷଣ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ମାସ୍କ,ସାନିଟାଇଜର ଓ ଗ୍ଲୋବ୍ ଆଦି ପ୍ରଦାନ କରଛନ୍ତି । ବର୍ତ୍ତମାନ କରୋନା ପରିସ୍ଥିତି ଜିଲ୍ଲାରେ ଗମ୍ଭୀର ରହିଥିବାରୁ ଏହି କର୍ମଚାରୀମାନେ ଆଗଧାଡିରେ କାର୍ଯରତ ରହିଥିବା ଯୋଗୁଁ ଏହି ସବୁ ସେମାନଙ୍କ ସୁରକ୍ଷା ପାଇଁ ପ୍ରଦାନ କରାଯାଇଥିବା ଜିଲ୍ଲା ଯୁବ ବିଜେଡି ସଭାପତି ଲିଙ୍ଗରାଜ କହିଛନ୍ତି । କରୋନା ପରିସ୍ଥିତିରେ ଯାଇ ସମସ୍ତଙ୍କୁ ଏ ସବୁ ବଣ୍ଟନ କରିବା ସମ୍ଭବ ହୋଇ ନ ଥିବାରୁ ସେ ପାରଳାଖେମୁଣ୍ଡି ଠାରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ ଓ ସହକାରୀ ଉପଜିଲ୍ଲାପାଳ ଜୁବୁଲୀ ବେହେରାଙ୍କୁ ଏ ସବୁ ପ୍ରଦାନ କରି ସମସ୍ତଙ୍କୁ ବଣ୍ଟନ କରିବା ପାଇଁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ