ଗଜପତି: ଆଜି ପୁଣି୨୧ଜଣ ପଜିଟିଭ୍‌, ସଂଖ୍ୟା ଛୁଇଁଲା ୬୬୧ରେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-କରୋନା କବ୍‌ଜାରେ ଗଜପତି ଜିଲ୍ଲା ଦିନକୁ ଦିନ କବଳିତ ହୋଇ ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ ଦୁଇ ଦିନର ନୀରବତା ପରେ ଆଜି ପୁଣି ୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣକୁ ମିଶାଇ ସଂଖ୍ୟା ୬୬୧ରେ ପହଞ୍ଚିଛି । ଏହି ୨୧ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳର ୭ଜଣ,ଗୋଷାଣୀ ବ୍ଲକର ୨ଜଣ,କାଶୀନଗର ବ୍ଲକର ୨ଜଣ ଏବଂ ରାୟଗଡ ବ୍ଲକରୁ ୭ଜଣ ବୋଲି ସୁଚନା ମିଳିଛି । ଏହି ୧୮ଜଣଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୩ଜଣ ପାରଳାଖେମୁଣ୍ଡିବାସୀ ପଜିଟିଭ୍ ହୋଇ ଭୁବନେଶ୍ୱର ଠାରେ ଘରୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ବୟସ ୨୪ରୁ ୭୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଏହି ସୁଚନା ପ୍ରଦାନ କରିଛନ୍ତି । ସମଗ୍ର ଜିଲ୍ଲାବାସୀ ସଚେତନ ହୋଇ ସାମାଜିକ ଦୁରତା ସହ କୋଭିଡ୍ ନିୟମ ମାନନ୍ତୁ । ସୁରକ୍ଷାରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ଏବଂ କରୋନା ଜନିତ ଯେ କୌଣସି ଖବର ଥିଲେ ପ୍ରଶାସନକୁ ସୁଚନା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ