ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ କୋଭିଡ କିଟ ପ୍ରଦାନ
କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ); ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସି.ଏସ.ଆର. କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ କୋଭିଡ କିଟ ପ୍ରଦାନ କରାଯାଇଛି । କରୋନା ମହାମାରୀ ସଂକ୍ରମଣରୁ ସୁରକ୍ଷା ପାଇବା ନିମନ୍ତେ ସାରା ଦେଶ ଆଜି ପ୍ରଚେଷ୍ଟା ଚଳାଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ କରୋନାରୁ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ ନିମନ୍ତେ ଜିଲ୍ଲା ପ୍ରଶାସନ ସମେତ ପୋଲିସ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ପ୍ରୟାସ ଜାରି ରଖିଛନ୍ତି । ଏହି ଅବସରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିର ଶାଖା ପକ୍ଷରୁ କଟକ ସର୍କଲ ମୁଖ୍ୟ ଶିବାନନ୍ଦ ଭଞ୍ଜଙ୍କ ନେତୃତ୍ୱରେ ବଳଦେବଜୀଉ ମନ୍ଦିର ଶାଖାର ପ୍ରବନ୍ଧକ ରାଜେଶ କୁମାର ସାହୁ,ସହକାରୀ ପ୍ରବନ୍ଧକ ଅକ୍ଷୟ କୁମାର ସାମଲ ପ୍ରମୁଖ ଗରାପୁରସ୍ଥିତ ଆବାସୀକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି କୋଭିଡ କିଟ(ମାସ୍କ ଓ ସାନିଟାଇଜର) ପ୍ରଦାନ କରିଛନ୍ତି । ବ୍ୟାଙ୍କର ସାମାଜିକ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖାଯାଇ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ସୂଚନା ଦିଆଯାଇଛି ।