ତରଡିପାଳ ପଂଚାୟତରେ ସିଆରପି ନିଯୁକ୍ତି ପାଇଁ ଜାଲିଆତି କରାଯାଇଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡିପାଳ ପଂଚାୟତର ରଘୁନାଥଜୀଉ ମହିଳା ମହାସଂଙ୍ଘରେ ଗତ ୨୦୧୪ ମସିହାରୁ କେହି ସିଆରପି ନାହାନ୍ତି । ତେଣୁ ଏହି ମହାସଙ୍ଘ ଅଧିନରେ ଥିବା ମହିଳା ସ୍ୱୟଂ ସହାୟୀକା ଗୋଷ୍ଠି ଗୁଡିକର ଖାତାପତ୍ର କାର୍ଯ୍ୟ କରିବାରେ ଅସୁବିଧା ହେତୁ ସେହି ମହାସଙ୍ଘ ଅଧିନ ପ୍ରଜାପତି ଆଂଚଳିକ ମଂଚର ସଦସ୍ୟା କଳ୍ପଲତା ରାଉତ ମହିଳା ସ୍ୱୟଂ ସହାୟୀକା ଗୋଷ୍ଠି ଗୁଡିକର ସେସବୁ କାର୍ଯ୍ୟ କରିଆସୁଛନ୍ତି । ଚଳିତବର୍ଷ ଫେବୃୟାରୀମାସ ୧୨ତାରିଖରେ ସେହି ସିଆରପି ପଦରେ ନିଯୁକ୍ତି ନିମନ୍ତେ ଏକ ନୋଟିସ ପ୍ରକାଶିତ ହୋଇଥିଲା । ନୋଟିସ ପ୍ରକାଶନ ପରେ ସେହି ପଦ ପାଇଁ କଳ୍ପଲତା ରାଉତ ଏକମାତ୍ର ପ୍ରାର୍ଥୀ ଭାବେ ଆବେଦନ କରିଥିଲେ । ଅନ୍ୟକେହି ସେହି ପଦ ପାଇଁ ଦରଖାସ୍ତ ନକରିବାରୁ ପ୍ରଜାପତି ଆଂଚଳିକ ମଂଚ ପକ୍ଷରୁ କଳ୍ପଲତାଙ୍କୁ ସେହି ପଦରେ ନିଯୁକ୍ତି ଦିଆଯିବାକୁ ପଂଚାୟତ ମହାସଙ୍ଘକୁ ସୁପାରିଶ କରାଯାଇଥିଲା । ସେହି ଅନୁଯାଇ ମହାସଙ୍ଘ ମଧ୍ୟ ପଟ୍ଟାମୁଣ୍ଡାଇ ବ୍ଲକ କତ୍ତୃପକ୍ଷଙ୍କୁ ଜଣାଇଦେଇଥିଲେ ମଧ୍ୟ ତାହା ଉପରେ କୈାଣସି ପଦକ୍ଷେପ ନିଆଯାଇନଥିଲା । ପୁନର୍ବାର ଗତ ଜୁଲାଇମାସ ୭ତାରିଖରେ ଦ୍ୱିତୀୟ ଥର ସେହି ପଦ ପାଇଁ ନୋଟିସ କରାଗଲା । ଏଥର ଶ୍ରୀମତୀ ରାଉତଙ୍କ ସମେତ ଅନ୍ୟ୨ଜଣ ଦରଖାସ୍ତ କଲେ । ବ୍ଲକ ନୋଡାଲ ଅଧିକାରୀ ଜାଣିଶୁଣି ଏଭଳି କରାଇଥିଲେ । ଜୁଲାଇମାସ ୧୬ତାରିଖରେ ପରୀକ୍ଷା କରାଯିବାକୁ ସ୍ଥିର କରାଯିବା ପରେ ପ୍ରଶ୍ନପତ୍ର ଲିକହେବାର ସମ୍ଭାବନା ଥିବା କଥା ବିଡିଓଙ୍କୁ ଜଣାଇଦିଆଯାଇଥିଲା । କିନ୍ତୁ ସେହି ବିବାଦୀୟ ବ୍ଲକ ନୋଡାଲ ଅଧିକାରୀଙ୍କ ସଂପୃକ୍ତି ଥାଇ ଏବଂ ପୂର୍ବରୁ ପ୍ରଶ୍ନ ସମ୍ପର୍କରେ ଜନୈକ ପ୍ରାଥିୀନୀଙ୍କୁ ଜଣାଯାଇ ପରିକ୍ଷା କରାଯାଇଥିଲା ଓ ସେହି ପ୍ରାର୍ଥୀନୀଙ୍କୁ ପରୀକ୍ଷାରେ ପାସ କରାଯିବାର ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଜିଲ୍ଲାପାଳ ଏସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକାଙ୍କୁ ନିର୍ଦେଶ ଦେବା ପରେ ଜିଲ୍ଲା ପ୍ରକଳ୍ପ ପରିଚାଳିକା ଏହି ପରୀକ୍ଷା ପୁନର୍ବାର ତାଙ୍କ ଉପସ୍ଥିତିରେ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି । ତାଙ୍କପ୍ରତି ଅନ୍ୟାୟ ହୋଇଥିବାରୁ କଳ୍ପଲତା ଜିଲ୍ଲାପାଳ ତାଙ୍କୁ ନିଶ୍ଚିନ୍ତ ନ୍ୟାୟ ଦେବେ ବୋଲି ଭରଷା ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ