ଆରମ୍ଭ ହେଲା ମୋ ନିବେଦନ କାର୍ଯ୍ୟକ୍ରମ: ଚମାଖଣ୍ଡି ଠାରେ ଜିଲ୍ଲାପାଳଙ୍କ ତଦାରଖ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) ଜନସାଧାରଣଙ୍କ ଅଭିଯୋଗ ସେମାନଙ୍କ ହାତପାଆନ୍ତାରେ ସମାଧାନ କରିବା ପାଇଁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ୱତନ୍ତ୍ର ଭାବେ ଜିଲ୍ଲାରେ ନୂତନ ଭାବେ ମୋ ନିବେଦନ ଆରମ୍ଭ କରିଛନ୍ତି । ଏହା ମୁଖ୍ୟତଃ ଗ୍ରାମପଂଚାୟତ ମୁଖ୍ୟାଳୟମାନଙ୍କରେ ଆୟୋଜିତ କରାଯାଇଛି । ଆଜିଠାରୁ ଗଂଜାମ ଜିଲ୍ଲାର ସମସ୍ତ ବ୍ଲକରେ ପଂଚାୟତସ୍ତରୀୟ ଜନଅଭିଯୋଗ ଶୁଣାଣି (ମୋ ନିବେଦନ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ଦୁଇ ଗୋଟି ପଂଚାୟତରେ ପୂର୍ବାହ୍ନ ଓ ଅପରାହ୍ନରେ ଏହି କାର୍ଯ୍ୟକ୍ରମ କରିବା ନିମନ୍ତେ ସମସ୍ତ ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ ବ୍ଲକସ୍ତରୀୟ ଅଧିକାରୀ ତଥା ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର, ସ୍ଥାନୀୟ ପୁଲିସ, ବ୍ଲକ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, କୃଷି ସମ୍ପ୍ରସାରଣ ଅଧିକାରୀ ପ୍ରଭୃତି ଯୋଗଦାନ କରି ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମାସର ଦ୍ୱିତୀୟ ଶୁକ୍ରବାର ଓ ଚତୁର୍ଥ ଶୁକ୍ରବାର ଦୁଇ ପର୍ଯ୍ୟାୟ କ୍ରମେ ମୋ ନିବେଦନ ପଂଚାୟତସ୍ତରୀୟ ଜନଅଭିଯୋଗ ଶୁଣାଣି କରି ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଏହାର ସମାଧାନ କରିବା ସହ ଲୋକମାନଙ୍କର ବିଭିନ୍ନ ସୁବିଧା କରିବାକୁ କହିଛନ୍ତି । ଏ ନେଇ ଆଜି ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ପଂଚାୟତ ଓ ଶ୍ରୀରାମଚନ୍ଦ୍ରପୁର ପଂଚାୟତର ଜନଅଭିଯୋଗ ଶୁଣାଣି (ମୋ ନିବେଦନ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଚମାଖଣ୍ଡିସ୍ଥିତ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ମୋ ନିବେଦନ କାର୍ଯ୍ୟକ୍ରମ ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନ କରି ଏହାର ତଦରାଖ କରିବା ସହ ଲୋକମାନଙ୍କ ସମସ୍ୟା ଗୁଡ଼ିକ କ୍ଷେତ୍ର ପରିଦର୍ଶନ କରି ବିଭାଗୀୟ ଅଧିକାରୀ ମାନେ ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଚାରା ରୋପଣ କରିଥିଲେ । ଏହି ଦୁଇଟି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ବ୍ଲକ ଯୋଗାଣ ଅଧିକାରୀ ନିଖିଳ କୁମା ବସ୍ତିଆ, ଏବିଇଓ ସୀତାରାମ ପାତ୍ର, ଓଡ଼ିଶା ଜୀବିକା ମିଶନର ବ୍ଲକ ସଂଯୋଜିକା ମାନିନୀ ଜେନା, ଚମାଖଣ୍ଡି ଥାନାଧିକାରୀ ସହଦେବ ମହାପାତ୍ର, ଚମାଖଣ୍ଡି ସରଂପଚ ସୁଶ୍ମିତା ପ୍ରଧାନ ସମିତିସଭ୍ୟା ଅର୍ଚନା ପ୍ରଧାନ, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଶଶାଙ୍କ ଶେଖର ପାଢ଼ୀ, ଛତ୍ରପୁର ବ୍ଲକ ସହକାରୀ କୃଷି ଅଧିକାରୀ ଅମ୍ବିକା ପ୍ରସାଦ ମିଶ୍ର, ବ୍ଲକ ସାମାଜିକ ଅଧିକାରୀ ରାଜେନ୍ଦ୍ର ମଲ୍ଲିକ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସ ଏବଂ ବ୍ଲକର ଅନ୍ୟାନ୍ୟ କର୍ମଚାରୀମାନେ ରହି ଶାନ୍ତିି ଶୃଙ୍ଖଳା ଭାବେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ଗ୍ରାମୀଣ ଗୃହ ଯୋଜନା, ମନରେଗା, ପାଇଖାନା, ପାନୀୟ ଜଳ, ଭତ୍ତା , ପଟ୍ଟା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ନେଇ ୧୯୮ଜଣ ଲୋକ ନିଜ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୧୩୪ଜଣ ଚମାଖଣ୍ଡି ଓ ୬୪ଜଣ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ଅଭିଯୋଗ ପତ୍ର ଆବେଦନ କରିଥିଲେ । ଜିଲ୍ଲାପାଳଙ୍କ ଏପରି ସ୍ୱତନ୍ତ୍ର ମୋ ନିବେଦନ ଜନ ଅଭିଯୋଗ ଶୁଣାଣୀ ନେଇ ଦୁଇଟି ଜନସାଧାରଣ ବହୁ ଉପକୃତ ହେବା ସହ ଜନସାଧାରଣମାନେ ଜିଲ୍ଲାପାଳଙ୍କୁ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ