ଗ୍ରାମବାସୀଙ୍କ ବିରୋଧ ପ୍ରସ୍ତାବିତ କୋଭିଡ୍‌-୧୯ ଶ୍ମଶାନ ସ୍ଥଗିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କତଲକଇଠା ଗ୍ରାମ ଠାରେ ପ୍ରସ୍ତାବିତ କୋଭିଡ୍ ଶ୍ମଶାନ ନିର୍ମାଣ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ତାହା ସ୍ଥଗିତ ହୋଇଥିବା ଜଣାପଡିଛି । ପାରଳାଖେମୁଣ୍ଡି ଉପକଣ୍ଠର ଆର.ସୀତାପୁର ଗ୍ରାମ ନିକଟରେ ସରକାରଙ୍କ ତରଫରୁ କୋଭିଡ୍ ହସ୍ପିଟାଲ ନିର୍ମାଣ ହୋଇଛି । ସେଠାରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଭିଡ୍ ଶ୍ମଶାନ ନିର୍ମଣ ପାଇଁ ପ୍ରଶାସନ ପ୍ରସ୍ତାବ ରଖିଥିଲେ । ସେହି ଶ୍ମଶାନ ନିକଟରେ ଥିବା କତଲକଇଠା ଗ୍ରାମରେ ନିର୍ମଣ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା । ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ମୃତ ଦେହ ସତ୍କାର ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଥିଲା ଏହି ଖବର ଜାଣିବା ପରେ କତଲକଇଠା ଗ୍ରାମବାସୀମାନେ ମୁଖ୍ୟରାସ୍ତାରେ ବସି ଏହାକୁ ବନ୍ଦ କରିବା ପାଇଁ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ । ଖବର ପାଇ ପାରଳା ତହସିଲଦାର ଅଚ୍ୟୁତା ନନ୍ଦ ଜାନି ଓ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ତଥାପି ସେଠାରେ କୋଭିଡ୍‌-୧୯ ଶ୍ମଶାନ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ