ଟାଙ୍ଗୀ-ଚୌଦ୍ୱାର ବ୍ଲକର ବିଭିନ୍ନ ପଞ୍ଚାୟତ ରୁ ୯୫ ସ୍ଵାବ ପରୀକ୍ଷା ପାଇଁ ପଠଗଲା
ଟାଙ୍ଗୀ/ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ୯୫ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ମଧୁସ୍ମିତା ନାୟକଙ୍କ ସୂଚନା ଅନୁସାରେ ବାଣୀପଦା ପଂଚୟତର ଗୌସନଗର ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ରେ ୨୪ଜଣ, ବିଭିନ୍ନ ଟିଏମସି ରେ ଓ ଗୃହ ସଂଗରୋଧ ରେ ଥିବା ୪୯, କୋବିଦ ଲକ୍ଷଣ ଥିବା ୧୬, ସାଳ ଗାଁ ପଞ୍ଚାୟତରୁ ଜଣେ, ୨ଜଣ ମେଡିକାଲ କର୍ମଚାରୀ ଓ ଜଣେ ପୁଲିସ କର୍ମଚାରୀ ଏପରି ମୋଟ ୯୫ଜଣଙ୍କ ସ୍ୱାବ ପରୀକ୍ଷା ନିମନ୍ତେ ସଂଗ୍ରହ କରାଯାଇ ପଠାଯାଇଛି ।