ଅସାଧୁ ବ୍ୟବସାୟୀ ଉପରେ ପୋଲିସର କଡା ନଜର

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ଗଞ୍ଜାମ ଜିଲ୍ଲାରେ ନିଶା ବ୍ୟବସାୟରେ ମାତିଛନ୍ତି କିଛି ଅସାଧୁ ବ୍ୟବସାୟୀ । ସ୍ୱଳ୍ପ ସମୟରେ ଅଧିକ ରୋଜଗାର ଆଶାରେ ବିଭିନ୍ନ ଗୁପ୍ତ ସ୍ଥାନରେ ପ୍ରସ୍ତୁତି କରି ବଜାରରେ ବିକ୍ରିକରି ଲକ୍ଷ ଲକ୍ଷ ଟଙ୍କାର ବେପାର କରୁଛନ୍ତି । ରାତି ରାତି ମାଲାମାଲ ହୋଇଯିବା ନିଶାରେ ବେଆଇନ ନିଶା କାରବାର ଚଳାଇଛନ୍ତି ଅସାଧୁ ବ୍ୟବସାୟୀ । ବିଭିନ୍ନ ସମୟରେ ପୋଲିସ ତରଫରୁ ଚଢାଉ କରାଯାଇ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିବା ସହ ଅସାଧୁ ବ୍ୟବସାୟୀ ମାନଙ୍କୁ ଗିରଫ କରିବାର ନଜିର ରହିଛି । କିନ୍ତୁ ଆଇନ କାନୁନର ଧାରା ଭିତରୁ ଜାମିନ ରେ ଆସି ପୁଣି କିଛି ଦିନ ପରେ ଚଳାଉଛନ୍ତି କୋଟି ଟଙ୍କାର ଅସାଧୁ ବ୍ୟବସାୟୀ ଯାହାର ଚେର ପାଇପାରୁନାହିଁ ପୋଲିସ । ଅନ୍ତରାଜୀୟ ଲୁଟେରା ମାନେ ଯେଉଁପରି ଗୋଟିଏ ସ୍ଥାନରୁ ଲୁଟ କରି ଅନ୍ୟ ଅଂଚଳକୁ ଚାଲିଯାଉଛନ୍ତି ସେହିପରି ଅସାଧୁ ବ୍ୟବସାୟୀ ମାନେ ମଧ୍ୟ ଗୋଟିଏ ସ୍ଥାନରୁ ଅନ୍ୟ ଅଂଚଳକୁ ସ୍ଥାନାନ୍ତରିତ ହୋଇଯାଉଛନ୍ତି । ସେଠାରେ ଗୁଟଖା ମେସିନ ସହିତ ସ୍ଥାନାନ୍ତରିତ ହୋଇ ଅସାଧୁ ବ୍ୟବସାୟ ଚଳାଇ କଳା ସାମ୍ରାଜ୍ୟ ବୃଦ୍ଦି କରିବାରେ ଲାଗିଛନ୍ତି । ଯାହାର ଟେର ପାଇବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ଗଞ୍ଜାମ ପୋଲିସ ମଧ୍ୟ ଅସାଧୁ ବ୍ୟବସାୟୀ ମାନଙ୍କୁ କାବୁ କରିବା ନିମନ୍ତେ ଧରପଗଡ ଆରମ୍ଭ କରିଦେଇଛି । ଗତ କିଛି ଦିନ ଭିତରେ ପୋଲିସ ଗୁଟଖା ପ୍ରସ୍ତୁତ ମେସନ ସହିତ ମାଲିକ ମାନଙ୍କୁ ଗିରଫ କରିଥିବା ବେଳେ ପୋଲିସ ଆହୁରୀ ବ୍ରହ୍ମପୁର ସହରରେ ବେଧଡକ କିଛି ସ୍ଥାନରେ ଚଢାଉ ଜାରୀ କରାଯାଇ ବିପୁୁଳ ପରିମାଣର ଗୁଟଖା ଜବତ କରିବା ସହ ମାଲିକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅସାଧୁ ବ୍ୟବସାୟୀ ମାନଙ୍କୁ ସାବାଡ କରିବା ନିମନ୍ତେ ପୋଲିସ ଅସାଧୁ ବ୍ୟବସାୟୀ ମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଆର୍ଥିକ ଉପରେ ଗୁରୁତ୍ୱରୋପ ଦିଆଯିବ ବୋଲି ଏସପି ପିନାକି ମିଶ୍ର ସୂଚନା ଦେଇଛନ୍ତି । ଏହା ସହ ଅସାଧୁ ବ୍ୟବସାୟୀ ମାନଙ୍କର ସମସ୍ତ ଟଙ୍କା ସିଜ୍ କରି କଳାଧନକୁ ସଂମ୍ପୂଣ୍ଁ ରୁପେ ଜବତ କରାଯିବ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି । ଏହା ସହ ଗୁଟଖା ଅସାଧୁ ବ୍ୟବସାୟୀ ମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିବ ବୋଲି ଏସପି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ