ଗଛ କ’ଣ ଭାବୁଛି ତାହା ଜାଣିହେବ

ଅସମ୍ଭବକୁ ସମ୍ଭବ କରିଛି ମୁଲ୍ଲେରଙ୍କ ସ୍ମାର୍ଟକୁଣ୍ଡ । ଗଛର ମନକଥା ଜଣାଉଥିବା ଏହି କୁଣ୍ଡ ବର୍ଷର ଶେଷ ଆଡକୁ ବଜାରକୁ ଆସିବ । ଗଛ ଭାବନା ବ୍ୟକ୍ତ କରିବ! ଏହା ଜାଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ । ହେଲେ ଏହାକୁ ସମ୍ଭବ କରିଛନ୍ତି ବେଲ୍ଜିୟମର ଡିଜାଇନର୍ ବିବିୟନ ମୁଲ୍ଲେର । ପଦ୍ଧତିଟି ପୂରା ବିଜ୍ଞାନଭିତ୍ତିକ । ମୁଲ୍ଲେର ଏକ ସ୍ମାର୍ଟ କୁଣ୍ଡ ନିର୍ମାଣ କରିଛନ୍ତି, ଯାହା ଜଣାଇଦେବ ଗଛ କ’ଣ ଅନୁଭବ କରୁଛି । ଗଛ ତା’ ଭାବନାକୁ ଏହି କୁଣ୍ଡ ମାଧ୍ୟମରେ ପ୍ରକାଶ କରି ତା’ର କ’ଣ ଦରକାର ତାହା ବି ଜଣାଇଦେବ । ମୁଲ୍ଲେର ଏହି କୁଣ୍ଡରେ ଏକ ସେନ୍ସର ଲଗାଇଛନ୍ତି । ଏହାର ନାମ ରଖିଛନ୍ତି ଲୁଆ । ଏହି ସେନ୍ସର୍ ଗଛମୂଳ ମାଟିର ଆର୍ଦ୍ରତା, ତାପମାତ୍ରା ଓ କେତେ ଆଲୋକ ଗଛ ପାଉଛି ତାହା ମାପକରିବ । କୁଣ୍ଡରେ ୨.୪ ଇଞ୍ଚର ଏକ ଏଲ୍ଇଡ଼ିି ସ୍କ୍ରିନ୍ ବି ଲଗାଯାଇଛି । ସେନ୍ସର୍ ମାଧ୍ୟମରେ ଗଛର ୧୫ ପ୍ରକାର ଭାବନାକୁ ଏହି ସ୍କ୍ରିନ୍ରେ ଦେଖିହେବ, ଯେମିତି ଗଛକୁ ପାଣି ଦରକାର ହେଉଥିଲେ ତାହା ଶୋଷର ସଙ୍କେତ ଦେବ । ଯଦି ଅତ୍ୟଧିକ ଗରମ ହେଉଥିବ ସେହି ଅବସ୍ଥାରେ ଡିସ୍ପ୍ଲେରେ ଝାଳ ବହୁଥିବା ଦେଖାଯିବ ଓ ଗଛ ପର୍ଯ୍ୟାପ୍ତ ପାଣି ପାଉଥିଲେ ହସିବାର ସଙ୍କେତ ପ୍ରକାଶ ପାଇବ । ଯଦି ଗଛକୁ ପାଣି ଦରକାର, ସେଥିପାଇଁ ସ୍କ୍ରିନ୍ରେ ଜିଭ ବାହାରିବା ଓ ଅତ୍ୟଧିକ ଥଣ୍ଡା ହେଉଥିଲେ ଦାନ୍ତ କଡ଼ମଡ଼ କରିବା ଛବି ପ୍ରକାଶ ପାଇବ । ଅନ୍ଧାର ହୋଇଥିଲେ ମୁହଁ ଲଟିକି ରହିବା ଦେଖାଯିବ ଓ ଆଲୋକ ପାଇଲେ ଖୁସିର ସଙ୍କେତ ଦେବ । କେହି ଯଦି ଗଛ ସାମ୍ନାକୁ ଯିବ ତେବେ ସ୍କ୍ରିନ୍ରେ ଆଖି ମିଟିମିଟି କରିବା ଦେଖାଯିବ । ପ୍ୟାରେଣ୍ଟ କମ୍ପାନୀ “ମୁ ଡିଜାଇନ’ ଏହା ଲାଗି ଫଣ୍ଡିିଂ ଜୁଟାଇବା ପରେ ଏହି ବର୍ଷ ଶେଷ ଆଡକୁ ସ୍ମାର୍ଟକୁଣ୍ଡକୁ ବଜାରକୁ ଛଡ଼ାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ