କରୋନା ପଜିଟିଭ ହେଲେ ପୋଲସରା ବିଧାୟକ ଓ ତାଙ୍କ ଧର୍ମପତ୍ନୀ

ବୁଗୁଡା, (ଅନିଲ କୁମାର ମହାରଣା) : ପୋଲସରା ବିଧାୟକ ଓ ତାଙ୍କ ଧର୍ମପତ୍ନୀ ଉଭୟଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତାଙ୍କର ଧର୍ମପତ୍ନୀ ଗୋଲାପ ସାହୁ ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଶ୍ରୀ ସାହୁ ଜ୍ୱର ଅନୁଭବ କରିବା ପରେ ମଙ୍ଗଳବାର ଦିନ ଉଭୟଙ୍କ ସ୍ଲାବ ପରୀକ୍ଷା ପାଇଁ ନିଆଯାଇଥିଲା। ବୁଧବାର ଦିନ ଦୁହିଁଙ୍କ କରୋନା ପଜିଟିଭ ଆସିବା ପରେ ଦୁହେଁ ଭୁବନେଶ୍ୱର ବିଧାୟକଙ୍କ କ୍ୱାର୍ଟରେ କ୍ୱରେଣ୍ଟିନରେ ରହି ଚିକିତ୍ସା ହେଉଥିବା ସୂଚନା ମିଳିଛି । ବିଧାୟକ କରୋନା ସଂକ୍ରମଣକୁ ଭୟ ନକରି ପୋଲସରା ନିର୍ବାଚନ ମଣ୍ଡଳୀର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବୁଲି ପ୍ରବାସୀ ଓଡ଼ିଆଙ୍କ ଭଲ ମନ୍ଦ ବୁଝି ସମାଧାନ କରୁଥିଲେ। ବାଲିପଦରରେ କରୋନା ସଙ୍କଟ ଲାଗି ଜନସାଧାରଣ ଭୟଭୀତ ଥିବାବେଲେ ସେ ଚଳିତ ମାସ ୧୫ ତାରିଖ ଦିନ ସେଠାକୁ ଯାଇ ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବହୁ ଲୋକଙ୍କୁ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ ସାହାସ ଦେଇ ଫେରିଥିଲେ। କରୋନା ସଂକ୍ରମଣରୁ କପରି ରକ୍ଷା ପାଇବା ସେ ବିଷୟ ନେଇ ଲୋକଙ୍କୁ ସର୍ବଦା ବୁଝାଉ ଥିଲେ। ଏହି କାର୍ଯ୍ୟରେ ସେ ବହୁ ଲୋକଙ୍କ ନିକଟତର ହେବା ଦ୍ୱାରା ସେ ନିଜେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଜଣେ କରୋନା ଯୋଦ୍ଧା ଭାବେ ବିଭିନ୍ନ ସଂଗଠନ ପକ୍ଷରୁ ବିଧାୟକଙ୍କୁ ସମ୍ମାନୀତ କରାଯାଇଛି। ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟ ଭଲ ଥିବା ବେଳେ ତୁରନ୍ତ ଆରୋଗ୍ୟ ଲାଭ କରିବାକୁ କାମନା କରି ଅଞ୍ଚଳବାସୀ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ