ମାନବିକତା ଦେଖାଇଲେ ଯୁବ ସାମ୍ବାଦିକ ସୁଦର୍ଶନ ଓ ରଙ୍ଗେଇଲୁଣ୍ଡା ବିଡିଓ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ସୂଚନାଯୋଗ୍ୟ ଯେ ଗତ ୧୯-୬-୨୦ ରେ ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ରଣ୍ଢା ପଞ୍ଚୟତରେ ଜଣେ ୪୫ବର୍ଷୀୟ ମହିଳା ଷ୍ଟୋଭରେ ନିଆଁ ଲାଗି ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲ କୁ ନେଇଥିଲେ ମହିଳା ଜଣଙ୍କ ଅତି ଗୁରୁତର ହେବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରିଦେଲେ ।ସେଠାରେ କିଛି ଦିନ ଚିକିତ୍ସା ହେବାପରେ ସେହି କଟକ ବଡ ମେଡିକାଲରେ ଜଣେ କରୋନା ପୋଜିଟିଭ ରୋଗୀ ବାହାରିବା ପରେ ସେଠାରୁ ନିଜ ଘରକୁ ବିଦାକରିଦେଲେ ହସ୍ପିଟାଲ କତୁର୍ପକ୍ଷ । ନିଜ ଘରକୁ ଆସିଲା ପରେ ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀ ମାନେ ଆସି ୨୧ଦିନିଆ ହୋମ କ୍ୱରେନଟାଇନ୍ ରେ ରହିବାକୁ କହି ଦାଣ୍ଡ ଦୁଆରେ ଗୋଟିଏ ବୋର୍ଡ ମାରି ଦେଲେ ।ଆଜି ସେହି ରୋଗୀ ବହୁତ ଗୁରୁତର ହେବାରୁ ଗତକାଲି ୧୦୮କୁ ଫୋନ କରି ଡାକିଥିଲେ ମେଡିକାଲ ନେବାକୁ , ୧୦୮ ଆସିଲେ, କିନ୍ତୁ ରୋଗୀ କୁ ନେବାପାଇଁ ମନା କରିଦେଲେ କାରଣ ତାଙ୍କର ୨୧ଦିନ ରୁ ୧୮ଦିନ ହୋମ କ୍ୱରେନଟାଇନ୍ ହେଲା ଆଉ ୩ଦିନ ବାକି ଅଛି ଆମେ ନେଇ ପାରିବୁ ନାହିଁ ।ଏହି ଖବର ପାଇବା ପରେ ଜଣେ ଯୁବ ସାମ୍ବାଦିକ ସୁଦର୍ଶନ ରାଉଳ ମହିଳାଙ୍କ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡମେଡିକାଲ ପଠାଇବା ନିମନ୍ତେ ଗତକାଲି ଠାରୁ ନିଜର ଉଦ୍ୟମ ଜାରି ରଖି ପ୍ରଶାସନ ର ସାହାଯ୍ୟ ମାଗିଥିଲେ ,ତେବେ ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ ଏହାକୁ ହୃଦୟଙ୍ଗମ କରି ଗୋଟାଏ ଆମ୍ବୁଲାନ୍ସ ର ବ୍ୟବସ୍ଥା କରିଥିଲେ।ଆଜି ଆମ୍ବୁଲାନ୍ସ ଟି ଆସି ଅର୍ଦ୍ଧଦଗ୍ଧ ମହିଳା ଜଣକୁ ମେଡ଼ିକାଲ ପଠାଇବାରେ ସଫଳ ହୋଇଛନ୍ତି । ବିଡିଓ ସାରଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ସାମ୍ବାଦିକ ସୁଦର୍ଶନ ରାଉଳ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ