ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ବର୍ଷରେ ବୃକ୍ଷରୋପଣ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଶ୍ରରାମ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ବର୍ଷରେ ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ଏନ୍ସିସି ଓ ସ୍କାଉଟ୍ ଶିଶୁମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦକ୍ଷିଣପୂର୍ବ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଏବଂ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶଙ୍କ କରକୋମଳରେ ଉଦ୍ଘାଟିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଗୁରୁଜୀ ଟି.ସୁରେଶ କୁମାର ଆଚାରୀ, ସୁକାନ୍ତ କୁମାର ସାହୁ, ସୋମନାଥ ନାହାକ, ରମେଶ ନାହାକ, ପୂର୍ଣ୍ଣଜୟ ଜେନା, ଅମିତ୍ ତ୍ରିପାଠୀ, ନିହାର ରଞ୍ଜନ ମିଶ୍ର, ଗୁରୁମା ମମତା ପଟ୍ଟନାୟକ ଓ ଚିନ୍ମୟୀ ପଟ୍ଟନାୟକଙ୍କ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସମିତିର ସଦସ୍ୟ/ସଦସ୍ୟା, ସେବକ, ସେବିକା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ