ମାଓବାଦୀଙ୍କ ସହିଦ୍‍ ସପ୍ତାହ ଆରମ୍ଭ :ସତର୍କ ରହିଛି କନ୍ଧମାଳ ପୁଲିସ୍‍ : ଏସପି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ମାଓବାଦୀ ସଂଗଠନ ବିଜିଏନ( ବାସଧରା-ଘୁମୁସର-ନାଗାବାଳି) ଡିଭିଜନ୍‍ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ୍‍ ଦିବସ ପାଳନ କରୁଛି। ଏହି ସମୟରେ ସାଧାରଣତଃ ମାଓ ସଂଗଠନ ପକ୍ଷରୁ କିଛି ନା କିଛି ଅଘଟଣ ଘଟାଇ ସେମାନଙ୍କ ସ୍ଥିତି ଜାହିର କରିଥାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଥାନାକୁ ଆଲର୍ଟ କରାଯାଇଥିବା ଏସପି ଭିନିତ୍‍ ଅଗ୍ରୱାଲ ଏକ ପ୍ରେସ୍‍ ବିବୃତ୍ତିରେ କହିଛନ୍ତି। ପ୍ରେସ୍‍ ବିବୃତି ପ୍ରକାରେ, ଏସପି ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ କୌଣସି ପରିସ୍ଥିତି ପାଇଁ କନ୍ଧମାଳ ପୁଲିସ୍‍ ପ୍ରସ୍ତୁତ ରହିଛି। ସମସ୍ତ ଥାନା ଓ ସୁରକ୍ଷା ପୋଷ୍ଟକୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏସପି ଗାଇଡ୍‍ଲାଇନ୍‍କୁ କଡାକଡି କରାଯାଇଛି। ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୁଲିସ ପ୍ରହରା କଡାକଡି କରାଯାଇଛି। ନାକା ଓ ଚେକ୍‍ ପଏଣ୍ଟ ରେ ଯାଂଚ କଡାକଡି କରାଯାଇଥିବା ସହ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି। ଯେପରି କୌଣସି ଅଘଟଣ ନଘଟେ ସେଥିପ୍ରତି ପୁଲିସ୍‍ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରୁଛି ବୋଲି ସେ କହିଛନ୍ତି। ପ୍ରକାଶଯେ, ଗତ ୨୫ ଦିନ ମଧ୍ୟରେ କନ୍ଧମାଳ ଜିଲାରେ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ପଞ୍ଚାୟତର ଏକ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓ ବାଦୀଙ୍କ ମଧ୍ୟରେ ୩ ଥର ମୁହାଁମୁହଁ ହୋଇଥିବା ବେଳେ ଏଥିରେ ୭ ଜଣ ମାଓବାଦୀ ନିହତ ହୋଇଥିଲେ। ଉକ୍ତ ଜଙ୍ଗଲରେ ଚାଲିଥିବା ମାଓ କ୍ୟାମ୍ପକୁ ମଧ୍ୟ ପୁଲିସ୍‍ ନିଜ କବଜାକୁ ନେବା ସହିତ ବହୁ ମାଓ ସାମଗ୍ରୀ ସହିତ ମାରଣାସ୍ତ୍ର ମଧ୍ୟ ଜବତ କରିବାରେ ସୁରକ୍ଷା କର୍ମୀ ସଫଳ ହୋଇଥିଲେ। ବର୍ତ୍ତମାନ ମଧ୍ୟ ଜିଲାର ବିଭିନ୍ନ ମାଓ ଅଞ୍ଚଳ ମାନଙ୍କରେ କମ୍ବଂ ଅପରେସନ ଜୋରଦାର ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ