ଜେସିବି ଦ୍ୱାରା ହେଲା ରାସ୍ତାକାମ,ଆଶା କରିଥିବା ଶ୍ରମିକ ନିରାଶ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକର ବଣ୍ଡଗୁଡ଼ା ପଞ୍ଚାୟତର ପୂର୍ତ୍ତ ବିଭାଗ ରାସ୍ତା ଛକ ଠାରୁ ବିଲାବାଡ଼ି ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ପୂର୍ବରୁ ଶୋଚନୀୟ ହୋଇ ପଡ଼ିଥିବାଯୋଗୁଁ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଉକ୍ତ ରାସ୍ତା ନିର୍ମାଣ ପାଇଁ ୭ ଲକ୍ଷ ଟଙ୍କା ମଂଜୁର କରାଯାଇ ଗତ ୩ ମାସ ତଳେ ରାସ୍ତା ଉପରେ ମୋରୁମ ମାଟି ପକାଯାଇଥିଲା। କିଛିଦିନ ଉକ୍ତ ରାସ୍ତାରେ ଯାତାୟତ ସମ୍ଭବ ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ବର୍ଷା ଯୋଗୁଁ ଉକ୍ତ ରାସ୍ତାଟି ପୁଣିଥରେ କାଦ ପଚ ପଚରେ ଭର୍ତ୍ତି ହୋଇ ଯାତାୟତ ଏକ ପ୍ରକାର ଅସମ୍ଭବ ହୋଇ ପଡିଥିଲା।ଏନେଇ ଗ୍ରାମର କିଛି ଶିକ୍ଷିତ ଯୁବକ ଓ ଅନ୍ୟମାନେ ଟୁଇଟି୍‍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୫ଟି ସଚିବ ଓ ଜିଲାପାଳ ଓ ଅନ୍ୟମାନଙ୍କୁ ବର୍ତ୍ତମାନର ରାସ୍ତାର ଅବସ୍ଥା ସଂପର୍କରେ ଅବଗତ କରିବା ପରେ ରି-ଟୁଇଟ୍‍ ମାଧ୍ୟମରେ ଉକ୍ତ ରାସ୍ତାକୁ ପୁଣିଥରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କରାଯିବ ବୋଲି ସୂଚନା ଦିଆଯାଇଥିଲା। ତେବେ ଲକ୍‍ଡ଼ାଉନ୍‍ ସମୟରେ ଗ୍ରାମ ବାସୀ ପୁଣିଥିରେ କିଛି କାମ ଓ ରୋଜଗାର ପାଇବେ ବୋଲି ଆଶା ବ୍ୟକ୍ତ କରିଥିଲେ ମଧ୍ୟ ବର୍ତ୍ତମାନ ଉକ୍ତ ରାସ୍ତାକୁ ଶ୍ରମିକଙ୍କ ବଦଳରେ ଜେସିବି ସାହାର୍ଯ୍ୟରେ ନିର୍ମାଣ କରାଯାଉଥିବା ଯୋଗୁଁ ଏହାକୁ ନେଇ ଅଞ୍ଚଳର ଶ୍ରମିକ ଓ ଅନ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ତେବେ ଏ ସଂପର୍କରେ କ.ନୂଆଗାଁ ବିଡ଼ିଓଙ୍କର ମତାମତ ନେବା ପାଇଁ ଫୋନ୍‍ କରାଯାଇଥିଲେ ମଧ୍ୟ ସେ ଫୋନ୍‍ ଉଠାଇ ନଥିବା ବେଳେ ଏନେଇ ଉକ୍ତ ପଞ୍ଚାୟତର ସରପଞ୍ଚ ସଙ୍ଗୀତା ନାୟକଙ୍କୁ ପଚାରିବାରୁ ରାସ୍ତା କାଦୁଅ ଥିବା ଯୋଗୁଁ ସେ ନିଜ ଟଙ୍କାରେ ରାସ୍ତା ନିର୍ମାଣ କରିଥିଲେ ବୋଲି ପ୍ରକାଶ କରିଛନ୍ତି। ତେବେ ବାସ୍ତବିକ ଏହା କେତେଦୂର ଠିକ୍‍ ତାହାର ତଦନ୍ତ କରିବା ପାଇଁ ସମାଜସେବୀ ସରୋଜ କାନ୍ତ ପଟ୍ଟନାୟକ ଓ ଅନ୍ୟମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ