୫୩ କେଜି ଗଞ୍ଜେଇ ସହ ଦୁଇଗିରଫ ଗାଡ଼ି ଜବତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନାଥାନା ଏସପି ସାରାଶର୍ମା ଥିବା ସମୟରେ ଯେପରି ରାତିଦିନ ଏକ କରି ଚୋରାଚାଲାଣ ଗଞ୍ଜେଇ ଧରିବାରେ ୧୦ବର୍ଷ ରେକର୍ଡ ଭାଙ୍ଗିଛି ମୋହନା ପୋଲିସ ସେହିପରି ନୂତନ ଭାବେ ଦାଇତ୍ୱନେବା ପରେ ଏସପି ତପନକୁମାର ପଟ୍ଟନାୟକ ମଧ୍ୟ ଜାରି ରଖିଛନ୍ତି ଗଞ୍ଜେଇମୁକ୍ତ କରିବା ପାଇଁ ଗତ କାଲି ଏସପି ତପନକୁମାର ପଟ୍ଟନାୟକ ଙ୍କ ନିର୍ଦେଶରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଙ୍କ ତତ୍ୱବଧାନରେ ଏସଆଇ ପିଙ୍କିମୁର୍ମୁ ଓ ତାଙ୍କ ଟିମ ଚାନ୍ଦିପୁଟ ଓ ଲୁହଗୁଡି ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ପଥରଗଡ଼ ନିକଟରେ ଏକ ହୋଣ୍ଡା ଗାଡ଼ି ନଂ ଡବ୍ଲୁବି୨୬ ସି ୯୩୬୯ ଦୃତ ଗତିରେ ଯିବା ଦେଖି ଅଟକାଇ ଯାଞ୍ଚ କରିଥିଲେ ସେଥିରେ ଦୁଇଜଣ ବ୍ୟକ୍ତି ଝାଡ଼ଖଣ୍ଡ ଅଞ୍ଚଳର ଡ୍ରାଇଭର ପ୍ରମେନ୍ଦ୍ର କୁମାର ରାୟ ଓ ପବନ ପ୍ରସାଦ ଦୁଇ ଜଣ ବସିଥିଲେ ଗାଡ଼ି ପଛ ପଟେ ଯାଞ୍ଚ କରିବା ବେଳେ ଦୁଇଟି ଜରିରେ ୫୩କେଜି ଗଞ୍ଜେଇଥିବା ଦେଖିବାକୁ ମିଳିଛି ଘଟଣା ସ୍ଥଳେ ତହସିଲଦାର କଲ୍ୟାଣିସଙ୍ଘ ମିତ୍ରା ଦେବୀ ଉପସ୍ଥିତ ରହି ଗଞ୍ଜେଇକୁ ଓଜନ କରାଯାଇଛି ବୋଲି ଏସ୍ଡିପିଓ ଅଶୋକ ମହାନ୍ତି କହିଛନ୍ତି ଆଗକୁ ଜାରିରହିବ ଚୋରା ଚାଲାଣ ଗଞ୍ଜେଇ ରୋକିବା ରେ ସଫଳ ହେବୁ ବୋଲି ସୁଜିତ କୁମାର ନାୟକ କହିଛନ୍ତି


