ସଡକ ଦୂର୍ଘଟଣାରେ ୨ ଆହାତ

ଖଲ୍ଲିକୋଟ ,(ଯୁଗାବ୍ଦ ନ୍ୟୁଜ୍) : ଖଲ୍ଳିକୋଟ ଥାନା ଜାତୀୟ ରାଜପଥ ନଂ ୧୬ ରେ ଅଜଣା ଅଟୋ ଧକ୍କାରେ ୨ ବାଇକ ଆରୋହି ଗୁରୁତର ଆହାତ ହୋଇଥିବା ଜଣାପଡିଛି । ଆହାତ ମାନଙ୍କ ପରିଚୟ ତୋଟା ଗ୍ରାମର ଅରୁଣ ଜେନା ଓ ଅନ୍ୟ ଜଣେ ମଲ୍ଲିକେଶ୍ୱର ଗ୍ରାମର ଭାସ୍କର ସାହୁ ବୋଲି ଜଣାପଡିଛି ।ମିଳିଥିବା ସୂଚନା ଅନୁଯାୟୀ ମୋଟର ସାଇକେଲ ଯୋଗେ ଦୁଇ ବନ୍ଧୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ଭେଜିପୁଟ୍ ଛକ ନିକଟରେ ଅଟୋ ଧକ୍କା ଦେବା ଫଳରେ ଦୁଇ ବନ୍ଧୁ ରାସ୍ତା କଡକୁ ଛିଟିକି ହୋଇପଡିଥିଲେ । ଆହାତ ଅବସ୍ଥାରେ ୨ ଜଣଙ୍କୁ ଦେଖି ସ୍ଥାନୀୟ ଲୋକେ ନିକଟସ୍ଥ ଆମ୍ବୁଲାନ୍ସକୁ ଫୋନଯୋଗେ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ମହଜୁଦ ନଥିବା ଉତ୍ତର ଆସିଥିଲା ।ଆମ୍ବୁଲାନ୍ସ ଆସିବାକୁ ଆହୁରୀ ୪୦ ମିନିଟ୍ ବିଳମ୍ଭ ହେବ ଏହା ପରେ ଅପେକ୍ଷା କରି କରି ନିରାଶ ହୋଇ ରହିଥିବା ବେଳେ କିଛି ସ୍ଥାନୀୟ ଲୋକ ଓ ସ୍ୱେଚ୍ଛାସେବକ ବସନ୍ତ ସାହୁ ଏକ ଅଟୋ କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ । ହସପିଟାଲରେ ତାଙ୍କର ପ୍ରାଥମିକ ଚିକିସ୍ରା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରିବାକୁ ମେଡିକାଲ କର୍ତ୍ତୁପକ୍ଷ ଚାହୁଁଥିଲେ ମଧ୍ୟ ଆମ୍ବୁଲାନ୍ସ ନଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇପାରିନାହିଁ । ସେହି ସ୍ଥାନରେ ଲଗାତାର ୩ ଥର ଦୂର୍ଘଟଣା ହୋଇ ଲୋକମାନେ ଗୁରୁତର ଆହାତ ହୋଇଥିବା ବେଳେ ଅଧିକାଂଶ ସମୟରେ ଆମ୍ବୁଲାନ୍ସ ନଥିବା କାରଣରୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବାଇକକୁ ଧକ୍କା ଦେଇ ଅଟୋ ସହିତ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ