କୋଭିଡ୍ ପରିଚାଳନାରେ ଗଞ୍ଜାମ ଜିଲ୍ଲା ହେଉଛି ସରକାରଙ୍କ ପ୍ରାଥମିକତା: ମାନସ ସଙ୍ଗରାଜ

ଛତ୍ରପୁର, (ଓ୍ବାଇଏନ୍ଏସ୍):ବ୍ରହ୍ମପୁର ସ୍ଥିତ ସର୍କିଟ ହାଉସ୍ ଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ମିଡିଆ ସମ୍ପର୍କ କାର‌୍ୟ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ମିଡିଆ ପରାମର୍ଶ ଦାତା ମାନସ ମଙ୍ଗରାଜ ଉପସ୍ଥିତ ରହି ଜିଲ୍ଲା ସ୍ତରୀୟ ସାମ୍ବାଦିକ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ। ସମ୍ପ୍ରତି ରାଜ୍ୟରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ଗଞ୍ଜାମ ଜିଲ୍ଲା ସର୍ବାଧିକ ଆକ୍ରାନ୍ତ ସ୍ଥଳ ପାଲଟିଛି।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ପ୍ରତି ସର୍ବାଧିକ ଗୁରୁତ୍ବ ପ୍ରଦାନ କରିଛନ୍ତି।ଖୁବ୍ କମ୍ ଦିନ ମଧ୍ୟରେ ଦୁଇ ଦୁଇଟି କୋଭିଡ୍ ହସ୍ପିଟାଲ ସ୍ଥାପନ ସହିତ ଅତ୍ୟାବଶ୍ୟତା ମୁତାବକ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ନିଯୁକ୍ତି ଓ ଗଞ୍ଜାମ ଜିଲ୍ଲାରେ ଥିବା କୋଭିଡ୍ କେୟାର ସେଣ୍ଟରଗୁଡିକର ସୁପରିଚାଳନା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।ତେବେ ଏତେ ବଡ ବିପଦକୁ ସାମ୍ନା କରି ଜିଲ୍ଲାବାସୀଙ୍କୁ ସଂକ୍ରମଣରୁ ରକ୍ଷା କରିବା ଦିଗରେ କେତେକ ସମସ୍ୟା ମଧ୍ୟ ଦେଖା ଦେଇଛି।ଏହାକୁ ଅତିକ୍ରମ କରି ଆଗକୁ ବଢିବାକୁ ପଡିବ।ଗଞ୍ଜାମ ଜିଲ୍ଲାବାସୀ ଏବଂ ଗଣମାଧ୍ୟମ ପୂର୍ବପରି ସହଯୋଗ ଜାରି ରଖିବାକୁ ଆଜି ଆହ୍ବାନ ଦେଇଚନ୍ତି ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ମାନସ ମଙ୍ଗରାଜ।ଗଞ୍ଜାମ ଜିଲ୍ଲାରେ କୋଭିଡ୍ ପରିଚାଳନାରେ ଥିବା ସମସ୍ୟା, ଜିଲ୍ଲା ପ୍ରଶାସନ, ପୋଲିସ୍ ଓ ଗଣମାଧ୍ୟମ ପ୍ରତିନିଧି ମଧ୍ୟରେ ସମନ୍ବୟ ଉପରେ ସେ ଗୁରୁତ୍ବାରୋପ କରିବା ସହ ବରିଷ୍ଠ ସାମ୍ବାଦିକ ମାନଙ୍କ ଠାରୁ ସୁଚିନ୍ତିତ ମତାମତ ସଂଗ୍ରହ କରିଥିଲେ।ଏ ସମ୍ପର୍କରେ ଉଚ୍ଚ ସ୍ତରୀୟ ଆଲୋଚନା କରାଯାଇ ତୁରନ୍ତ ବିଭିନ୍ନ କାର‌୍ୟ୍ୟକ୍ରମ ହାତକୁ ନିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରଶାସନିକ ଅଧିକାରୀ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନଓ୍ବାଡି କର୍ମୀ, ଗ୍ରାମାଞ୍ଚଳ ଜନ ପ୍ରତିନିଧିମାନେ ଗତ ୪ ମାସ ଧରି ଅହରହ କୋଭିଡ୍ ବିରୁଦ୍ଧରେ ଲଢେଇ କରିଚାଲିଛନ୍ତି।ଆଜି ଏହା ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି।ଅଗଷ୍ଟ ମାସ ମଧ୍ୟ ଆମପାଇଁ ଗୁରୁକତ୍ବପୂର୍ଣ୍ଣ।ଧୀରେଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଏକ ଶୁଭସୂଚନା ବୋଲି ସେ କହିଥିଲେ।ପ୍ରତ୍ୟେକ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ନିଜକୁ କୋଭିଡ୍ ଯୋଦ୍ଧା ଭାବରେ ବିବେଚନା କରି ଏଭଳି ଏକ ସଙ୍ଗୀନ ମୁହୂର୍ତ୍ତରେ ପରସ୍ପରକୁ ସହଯୋଗର ହାତ ବଢାଇବାକୁ ସେ ଆହ୍ବାନ ଦେଇଥିଲେ।ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ