ଆଦିବାସୀ ଓ ହରିଜନ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗଜପତି ଗସ୍ତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରକୁ ଆଦିବାସୀ ଓ ହରିଜନ ଓ ପଛୁଆବର୍ଗ ଉନ୍ନୟନ ମନ୍ତ୍ରୀ ଗଜନ୍ନାଥ ସାରକା ଗସ୍ତ କରି ଥିଲେ । ତାଙ୍କ ସହ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମଧ୍ୟ ଥିଲେ । ଏହି ଅବସରରେ ମନ୍ତ୍ରୀ ଓ ସାଂସଦ ଗଜପତି ଜିଲାରେ ଚାଲିଥିବା କୋଭିଡ୍‌-୧୯ ମୁକାବିଲା ସମ୍ପର୍କରେ ଜିଲାପାଳ ଅନୁପମ ସାହା ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ୫ହଜାର ମାସ୍କ ବଣ୍ଟନ କରାଯାଇଥିଲା । କରୋନାକୁ ରୋକିବା ପାଇଁ ପ୍ରଶାସନ କିପରି ଲୋକଙ୍କ ପାଖରେ ପହଞ୍ଚିବ ସେମାନଙ୍କୁ ବୁଝାଇବା ସହ ସେ ବିଷୟରେ ଆଲୋଚନା ହୋଇଥିଲା । ଜିଲା ଜରୁରୀକାଳୀନୀ ଅଧିକାରୀ ସତ୍ୟସମ୍ପର୍ଣ୍ଣା ରାଉତ କୋବିଡ୍ ମୁକାବିଲା ନେଇ ବିଭିନ୍ନ ତଥ୍ୟ ଯଥା ଆଣ୍ଟିଜେନ୍ ଟେଷ୍ଟ, ସ୍ୱାବ ଟେଷ୍ଟ ବିଷୟରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ଏଥିରେ ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ, ଉପଜିଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲା ମଙ୍ଗଳଅଧିକାରୀ ସନ୍ତୋଷ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ