ରୁଦ୍ରସେନା ସଂଗଠନ ଓଡିଶା ପ୍ରଦେଶର ଜଗତସିଂହପୁର ଜିଲ୍ଲାର ସଭାପତି ଓ ଜିଲ୍ଲା ସଚିବ ମନୋନୀତ

ନାଉଗାଁ,(ଓ୍ବାଇଏନ୍ଏସ୍):ହିନ୍ଦୁତ୍ୱ ଭାବନା ତଥା ଧର୍ମଜାଗରଣ ଉପରେ ପର୍ଯ୍ୟବେଶିତ ଅଣ ରାଜନୈତିକ ସଂଗଠନ ରୁଦ୍ରସେନା ଜଗତସିଂହପୁର ଜିଲ୍ଲାର ମୌଳିିକ ଲକ୍ଷ୍ୟକୁ ସର୍ବ ବ୍ୟାପି କରିବା ପାଇଁ ତାର ନୂତନ ପ୍ରୟାସର ଅୟମାରମ୍ଭ କରିଛି । ରୁଦ୍ରସେନା ରାଷ୍ଟୀୟ ସଂଯୋଜକ ସନ୍ଦିପ ବଶିଷ୍ଟ, ପ୍ରଦେଶ ସଭାପତି ସଂଜିବ ମିଶ୍ର, ରାଷ୍ଟୀୟ ସାଧାରଣ ସଚିବ ରବିନ୍ଦ୍ର କୁମାର ଆଇଟିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ସଂଜିବ କୁମାର ଦାସ,ଜିଲ୍ଲା ସଚିବ ଅଭିମନ୍ୟୁ ସାହୁଙ୍କୁ ଚୟନ କରାଯାଇଛି । ଭାରତୀୟ ସଂସ୍କୃତି, ପରମ୍ପରା, ଐତିହ୍ୟ, ଗୋମାରଣ ସୁରକ୍ଷା,ମଠ ମନ୍ଦିର ସୁରକ୍ଷା, ସ୍ୱାସ୍ଥ୍ୟ ତଥା ଜନସାଧାରଣଙ୍କର ଉନ୍ନତି ସାଧନ କରିବାର ଲଷ୍ୟ ନେଇ ଏହି ସଂଗଠନ କାମ କରିବ । ଆଗାମୀ ଦିନରେ ସାଂଗଠନିକ କାର୍ଯ୍ୟକୁ ଜିଲ୍ଲା ବ୍ୟାପି କାର୍ଯ୍ୟ କରିବା ପାଇଁ ରୁଦ୍ରସେନା ଲକ୍ଷ୍ୟ ରଖିଛି ବୋଲି ନବ ନିଯୁକ୍ତ ସଭାପତି ଶ୍ରୀ ଦାସ ଓ ଜିଲ୍ଲା ସଚିବ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଜଗତସିଂହପୁର ଜିଲ୍ଲାର ଜଣେ ଦକ୍ଷ ସଂଗଠକ,ସମାଜସେବୀ ତଥା ସମ୍ବାଦିକ ଭାବେ ଅଭିମନ୍ୟୁ ସାହୁ ବେଶ ପରିଚିତ । ଏହି ସଂଗଠନ ଗଠନ ହେବା ପରେ ସ୍ଥାନୀୟ ହିନ୍ଦୁ ସଂଗଠନ, ଧାର୍ମିକ ବ୍ୟକ୍ତି ବିଶେଷ ଓ ଜିଲ୍ଲାର ପ୍ରଶଂସକ ଙ୍କ ମହଲରୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ