ଡେମରେ ବୁଡି ଯୁବକର ସଲିଳ ସମାଧି

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ସାନ ସାଂସଦ ଗ୍ରାମର ୨୪ ବର୍ଷୀୟ ଯୁବକ ବାସେତ୍ ହାଁସଦା ପୋଖରିଆ ଗ୍ରାମର ଡେମରେ ବଳଦକୁ ଧୁଆଧୋଇ କରି ଗାଧୋଇ ଦେଉଥିବାବେଳେ ଗୋଡ ଖସିଯିବାରୁ ଗଭିର ପାଣିରେ ବୁଡି  ମୃତ୍ୟୁ ହୋଇଥିବା ଭଳି ଏକ ଅଭାବନୀୟ ଦୁଃଖଦ ଦୁର୍ଘଟଣା ଘଟଣା ଘଟିଯାଇଛି ।ଖବର ପାଇ ତିରିଂ ବ୍ଲକ ବାସିନ୍ଦା ମୟୂରଭଂଜ ସଦର ଜିଲ୍ଲା ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ ନିଜ ବିଲର ଚାଷ କାର୍ଯ୍ୟ ଛାଡି ଘଟଣାସ୍ଥଳରେ ପହଂଚି ମୃତକଙ୍କ ପରିବାରର ପିତା ବାଲିଆ ହାଁସଦା,ମାତା ମିରୁ ହାଁସଦା,ମୃତକର ସ୍ତ୍ରୀ ଫୁଲ ହାଁସଦାଙ୍କୁ ସମବେଦନା ଜଣାଇଥିଲେ । ପ୍ରଶାସନିକ ସ୍ତରରେ କିଭଳି ତାଙ୍କୁ ଶିଘ୍ର ସହାୟତା ରାଶି ମିଳି ପାରିବ ସେ ନେଇ ତିରିଂ ତହସିଲଦାର/ବିଡ଼ିଓଙ୍କୁ ଜଣାଇଥିଲେ ଏହା ସହ କିଭଳି ଶବ ସତ୍କାର ହୋଇ ପାରିବ ବ୍ୟବସ୍ଥା କରାଇଥିଲେ ।ତାଙ୍କ ସହିତ ସାନ ସାଦମ ଗ୍ରାମର ହାଡିରାମ ବାସ୍କେ,ବିଜୟ ହାଁସଦା,ବିଜେଡିର ତୁଶୀଲ ହେମ୍ବ୍ରମ,ଦୀପକ ମିଶ୍ର,ଗଣେଶ ମିଶ୍ର,ଅମିତ ଶର୍ମା,ମୁନା ଖାନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତକ ପରିବାରଙ୍କୁ ସମବେଦନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ