କରୋନା କଟକଣା ମଧ୍ୟରେ ଘରେ ଘରେ ପାଳିତ ଜନ୍ମାଷ୍ଟମୀ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କରୋନା କଟକଣା ମଧ୍ୟରେ ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳରେ ଥିବା ରାଧା କୃଷ୍ଣ ମନ୍ଦିର ପରିସରରେ ଜନ୍ମାଷ୍ଟମୀ ଆନନ୍ଦ ଉଲ୍ଲାସ ସହକାରେ ବିନା ଭକ୍ତଙ୍କ ଗହଣରେ ସମ୍ପର୍ଣ୍ଣ ହୋଇଛି । ମଙ୍ଗଳବାର ମନ୍ଦିରରେ ଅ୍ରପୂର୍ବ ବେଶ ପରିପାଟୀରେ ସୁସଜିତ କରାଯାଇଥିଲା । ସନ୍ଧ୍ୟାରେ ଶ୍ରୀଦିଅଁ ମାନଙ୍କ ସପ୍ତକାଠି ଆଳତି ଓ ୧୦୮ ଆଳତି ଅନୁଷ୍ଠିତ ହୋଇଥିଲା । ପ୍ୱାଶ୍ୱର୍ଦେବତା ଆଳତି ପରେ ମନ୍ଦିର ଜଗମୋହନରେ ଶ୍ରୀମଦ୍ ଭାଗବତ ଦଶମ ସ୍କ୍ୱନ୍ଦ ପାଠ କରାଯାଇଥିଲା ଏବଂ ଦ୍ୱାରକିଳା ଗର୍ଭଗୃହ ମଧ୍ୟରେ ମନ୍ଦିରର ମୁଖ୍ୟ ପୂଜକ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ବୈଦିକ ରୀତିରେ ସମ୍ପର୍ଣ୍ଣ କରିଥିଲେ । ଭାଗବତ ପଂକ୍ତି’ ଶ୍ରୀକୃଷ୍ଣ ଉଦରୁ ବାହାର’ ଉଚ୍ଚାରଣ ହେବା କ୍ଷଣି ଗର୍ଭଗୃହର ଦ୍ୱାର ଉନ୍ମୁକ୍ତ ହୋଇଥିଲା ଏବଂ ଭକ୍ତ ମାନେ ବାସୁକୀଫଣା ଆବୃତ ଓ ବେଷ୍ଟନ କରିଥିବା ଟୋକେଇ ମଧ୍ୟରେ ବିରାଜମାନ ମହାପ୍ରଭୁ ବାଳମୁକୁନ୍ଦଙ୍କ ଦର୍ଶନ ପାଇ ଭାବବିହ୍ୱଳରେ ହରିବୋଲ, ହୁଳହୁଳି ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ଉପବାସ କରୁଥିବା ଭକ୍ତମାନଙ୍କ ଭୋଗରାଗ, ନୈବେଦ୍ୟ କରାଯାଇଥିଲା । ମନ୍ଦିର ପକ୍ଷରୁ ମହାପ୍ରଭୁଙ୍କୁ ସୁସ୍ୱାଦ ରାବିଡ଼ି, କ୍ଷୀରସର ଉଖୁଡ଼ା ଆଦି ଭୋଗ ସମର୍ପଣ କରାଯାଇଥିଲା ।ଆରାତୀ କର୍ପୁର ଆଳତି ଦର୍ଶନ ପରେ ଉତ୍ସବର ପରିସମାପ୍ତି ଘଟିଥିଲା । ଏହି ଅବସରରେ ମନ୍ଦିର ଭଜନଭାରତୀ ସଦସ୍ୟ ମାନେ ଭଜନ କୀର୍ତନ ପରିବେଷଣ କରିଥିଲେ । ଅନୁରୂପ ଭାବେ ସ୍ଥାନୀୟ ଟାଉନ ସମେତ ନିକଟବର୍ତି ଗ୍ରାମାଂଚଳର ରାଧାକୃଷ୍ଣ ମନ୍ଦିରରେ ପ୍ରଶାସନର କୋଭିଡ଼ କଟକଣାକୁ ସମ୍ମାନ ଜଣାଇ ମନ୍ଦିର ପୁରୋହିତଙ୍କ ସୀମିତ ମଧ୍ୟରେ ଏବଂ ବିନା ଭକ୍ତଙ୍କ ଗହଣରେ ଜନ୍ମାଷ୍ଟମୀ ପାଳନ କରାଯାଇଛି ।


