ପୋଖରୀରେ ବୁଡି ନାବାଳକ ମୃତ
କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଲଛିପୁର ଗ୍ରାମରେ ଏକ ଦୁଖଃଦ ଘଟଣା ଘଟିଯାଇଛି। ଆଜି ସକାଳ ୮:୩୦ ମିନିଟରେ ଉକ୍ତ ଗ୍ରାମର ଲକ୍ଷ୍ମୀ ପୋଲାଇଙ୍କ ପୁଅ ବାବୁ ପୋଲାଇ(୧୫) ଗ୍ରାମର ପୋଖରୀରିକୁ ଦୁଇଜଣ ପିଲାଙ୍କ ସହ ଗାଧୋଇବାକୁ ଯାଇଥିଲେ; ଗାଧୋଇବା ସମୟରେ ଗୋଡ଼ଖସି ପାଣିରେ ପଡିଯାଇଥିଲେ ଯଦ୍ୱାରା ଗଭୀର ଖାଲ ଭିତରକୁ ଚାଲିଯାଇଥିଲେ।ସେଠାରେ ଦୁଇଜଣ ପିଲା ଯାଇ ତାଙ୍କ ଘରେ ଖବର ଦେବାପରେ ତାଙ୍କ ମା ସୁମିତ୍ରା ପୋଲାଇ ଏବଂ ଉକ୍ତ ଗ୍ରାମର କିଛି ଲୋକ ତାଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେଠାରେ କୋଦଳା ଥାନା ଆଇଆଇସି ଦେବାଶିଷ ମହାନ୍ତି ପହଞ୍ଚିଥିଲେ ଏବଂ ତାଙ୍କ ନିର୍ଦେଶକ୍ରମେ ଏଏସଆଇ ମହେଶ୍ୱର ବେହେରା ପହଞ୍ଚି ଉକ୍ତ ସ୍ଥାନରେ ତଦନ୍ତ ଚଳାଇବା ସହ ଅପମୃତ୍ୟ ମାମଲା କେସ ନଂ- ୧୮/୨୦୨୦ ରୁଜୁ କରିଛନ୍ତି। ଏଥିସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏହି ଘଟଣାକୁ ନେଇ ତାଙ୍କ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।


