୪୦ ଆଣ୍ଟିଜେନ୍ ପରୀକ୍ଷା, ୪ ପଜେଟିଭ୍
ବନ୍ତ,(ଚାନ୍ଦିନୀ ମହାନ୍ତି) : ବୁଧବାର ବନ୍ତ ପଞ୍ଚାୟତ ସମିତି ତରଫରୁ କେନ୍ଦୁଆପଦା କ୍ଲଷ୍ଟର ଟି.ଏମ୍.ସି ଠାରେ କରୋନା ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁଆପଦା, ସେଣ୍ଢତୀରା, ଗୋବିନ୍ଦପୁର ଆଦି ପଞ୍ଚାୟତର ଲୋକେ ଯୋଗ ଦେଇ ଆଣ୍ଟିଜେନ୍ ପରୀକ୍ଷା କରାଇଥିଲେ । ଶିବିରରେ ମୋଟ ୪୦ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ୪ ଜଣଙ୍କର ପଜେଟିଭ୍ ବାହାରି ଥିବା ଜଣାଯାଇଛି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଦେବାଶୀଷ ନନ୍ଦ, ସୁପରଭାଇଜର ରାହାସ ଚନ୍ଦ୍ର ମହାନ୍ତି, ସୁଶାନ୍ତ ରାଉତରାୟ ପରୀକ୍ଷଣ କାର୍ଯ୍ୟ ତୁଲାଇଥିଲେ । ଏଥିରେ ସରପଞ୍ଚ ମିତାଲୀ ଜେନା ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିପରି ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ଗୋପିନାଥପୁର ପଞ୍ଚାୟତ ମାର୍କଣ୍ଡପୁର ଠାରେ ୪୭ ଜଣଙ୍କର ସ୍ୱାବ୍ ନମୁନା ସଂଗ୍ରହ କରିଥିବା ଜଣାଯାଇଛି । ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଦେବାଶୀଷ ନନ୍ଦ, ଜଗନ୍ନାଥ ଲେଙ୍କା, ଗୟାଧର ମଲ୍ଲିକ, ଭରତ ଚକ୍ର, ଲକ୍ଷ୍ମୀଧର ସେଠୀ ସ୍ୱାବ୍ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଥିଲେ । ସରପଞ୍ଚ ଅଶୋକ ଦାସ, ଗ୍ରାମ ପଞ୍ଚାୟତ ସଂଯୋଜକ ଗୋପିନାଥ ଦାଶ, ସି.ଏଫ.ଡବ୍ଲ୍ୟୁ.ଏସ୍.ଡିର କାର୍ଯ୍ୟକାରୀ ସମ୍ପାଦକ ନୃସିଂହ ମହାନ୍ତି, ଅଜୟ ମହାନ୍ତି ସହଯୋଗ କରିଥିଲେ ।


