କନ୍ଧମାଳରେ ଲଗାଣ ବର୍ଷା; ଘରେ ପଶିଲା ପାଣି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ ଜିଲାରେ ଗତ ୩ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଅଞ୍ଚଳବାସୀ ତ୍ରାହି ତ୍ରାହି ଡ଼ାକ ଦେଲେଣି। ବର୍ଷା ଯୋଗୁଁ ବିଶେଷ କରି ମାଟିଝାଟିରେ ଥିବା ଘରର ପରିବାରମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଲଗାଣ ବର୍ଷା ଫଳରେ ଅନେକଙ୍କ ଘରେ ପାଣି ପଶିଯାଇଥିବା ବେଳେ ବିଦ୍ୟୁତ୍‍ ବିଭ୍ରାଟ ଆଉ ଏକ ବଡ଼ ସମସ୍ୟା ହୋଇଛି। ବର୍ଷା ଯୋଗୁଁ କୋଟଗଡ ଶଗଡ଼ିଆ ସାହିର ଛାୟା ନାୟକ, କୌଶଲ୍ୟା ନାୟକ ଓ ସନ୍ୟା ନାୟକଙ୍କ ଭଳି ଅନେକଙ୍କ ଘରେ ପାଣି ପଶିଯିବା ସହିତ ବହୁ ମାଟି ଘର ମଧ୍ୟ ଭାଙ୍ଗିରୁଜି ଯାଇଥିବାର ଖବର ମିଳିଛି। ଏ ଦିଗରେ ରାଜସ୍ୱ ବିଭାଗ ପକ୍ଷରୁ ଦୃଷ୍ଟି ଦେଇ ସରକାରୀ ସହାୟତା ପାଇଁ ମଧ୍ୟ ବିଭିନ୍ନ ମହଲରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ