ଆଜି ଶ୍ରୀଜିଉ ଙ୍କ ରାହୁରେଖା ଲାଗି ନୀତି
(ଯୁଗାବ୍ଦ ନ୍ୟୁଜ )ଆଜି ପାରମ୍ପରିକ ରୀତିନୀତିରେଶ୍ରୀଜିଉଙ୍କ ମସ୍ତକରେ ସୁବର୍ଣ୍ଣ ରାହୁ ରେଖା ଲାଗି ହେବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଆଜି ଦ୍ବିତୀୟ ଭୋଗମଣ୍ଡପ ପରେ ଅର୍ଥାତ ପ୍ରାୟ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ଏହି ନୀତି ଚାଲିବ। ସ୍ନାନ ପୂର୍ଣ୍ଣିମା ଦିନ ଅଣସର ପିଣ୍ଡିରୁ କଢ଼ା ଯାଇଥିବା ସୁବର୍ଣ୍ଣ ରାହୁରେଖାକୁ ରତ୍ନ ଭଣ୍ଡାରରେ ରଖାଯାଇଥିଲା। ରୀତିନୀତି ଅନୁସାରେ, ଆଜି ବାହାର ରତ୍ନ ଭଣ୍ଡାର ଖୋଲାଯିବ। ଭଣ୍ଡାର ମେକାପ ରାହୁ ରେଖା ଆଣି ପତି ମହାପାତ୍ରଙ୍କୁ ପ୍ରଦାନ କରିବେ। ଫଳରେ ଏହି ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ୫ ଘଣ୍ଟା ଦର୍ଶନ ବନ୍ଦ ରହିବ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅବସରରେ ଶ୍ରୀମନ୍ଦିରରେ ।


