ପ୍ରିପେଡ୍ ମିଟରକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ବିରୋଧ

ଭୁବନେଶ୍ୱର, : ଓଡ଼ିଶାର ଘରେ ଘରେ ପ୍ରିପେଡ଼ ବିଜୁଳି ମିଟର ଲଗାଇବା ପାଇଁ ବିଜୁ ଜନତା ଦଳର ନିଷ୍ପତ୍ତିକୁ ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି ପକ୍ଷରୁ ବିରୋଧ କରାଯାଇଛି । ବିପୁଳ ଜନ ସମର୍ଥନରେ ନିର୍ବାଚିତ ବିଜୁ ଜନତା ଦଳ ସରକାର ଏକ ବ୍ୟବସାୟିକ ସରକାରରେ ପରିଣତ ହେବା ଦୁର୍ଭାଗ୍ୟଜନକ ବୋଲି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ପକ୍ଷରୁ କୁହାଯାଇଛି । ବିଜୁଳି, ପାଣି, ଧନଜୀବନର ସୁରକ୍ଷା, ସରକାର ସିଧାସଳଖ ସରକାରୀ ସଂସ୍ଥା ମାଧ୍ୟମରେ ଚଳାଇବା ଦରକାର । ଘରୋଇ ସଂସ୍ଥାମାନଙ୍କୁ ଦାୟିତ୍ୱ ଦେଇ ବିଜୁ ଜନତା ଦଳର ସରକାର ଜନସାଧାରଣଙ୍କୁ ଶୋଷଣ ଓ ନିର୍ଯ୍ୟାତନାକୁ ଠେଲି ଦେଉଛନ୍ତି ବୋଲି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ସଭାପତି ରମେଶ ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ବିଜୁଳି ବିଲ୍, ପ୍ରତିଦିନର ବିଜୁଳି ବ୍ୟବହାର ଏବଂ ବିଜୁଳି କାଟ୍ ସମ୍ବନ୍ଧରେ ସବିଶେଷ ବିବରଣୀ ଦେବା ପାଇଁ ଏବଂ ବିଜୁଳି ବଣ୍ଟନ ଏବଂ ବିଜୁଳି ବିଲ୍ ଆଦାୟ ଓଡ଼ିଶା ରାଜ୍ୟ ବିଜୁଳି ବୋର୍ଡ଼ ·ଲୁ ରଖିବା ପାଇଁ ଇଣ୍ଡିଆନ୍ ସିଟିଜେନ୍ସ୍ ପାଟି ଦାବି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ