ଗୁରୁପୂର୍ଣ୍ଣିମା ଇ ପତ୍ରିକା ଉନ୍ମୋଚିତ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଶ୍ରୀ ଜଗନ୍ନାଥ ସେବା ସଦନ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ମିଳିତ ଆନୁକୂଲ୍ୟରେ ପବିତ୍ର ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପତାକା ଉତ୍ତୋଳନ କରାଯିବା ସହ ଇ ପତ୍ରିକା ‘ଗୁରୁପୂର୍ଣ୍ଣିମା’ ଉନ୍ମୋଚିିତ ହୋଇଯାଇଛି । ଶନିବାର ଚକେଇ ସିଆଣୀଠାରେ ଅନୁଷ୍ଠିତ ଏହି ନିରାଡ଼ମ୍ବର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ କହିଥିଲେ ଦେଶର ସ୍ୱାଧୀନତା ଆଣିବା କ୍ଷେତ୍ରରେ କବି ଓ ଲେଖକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସେହିପରି କରୋନା ମହାମାରୀକୁ ଦୂର କରିବା ପାଇଁ ଆବଶ୍ୟକ ହେଉଥିବା ପଦକ୍ଷେପ ଉପରେ କବି ଓ ଲେଖକମାନେ କଲମ ଚାଳନା କରନ୍ତୁ । ଏହି ଅସ୍ତ୍ର ଦ୍ୱାରା ମହାମାରୀ ଭାରତରୁ ନିଚ୍ଛିନ୍ନ ହୋଇଯିବ । ମୁଖ୍ୟବକ୍ତା ଭାବରେ ବିଶିଷ୍ଟ କବୟତ୍ରୀ ଗାୟତ୍ରୀ ତ୍ରିପାଠୀ, ସମ୍ମାନିତ ଅତିଥି ଭାବରେ ବାଣୀ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଗିରିଶ ଚନ୍ଦ୍ର ରାଉତ, ଡଃ ଳକ୍ଷ୍ମୀଧର ବେହେରା, ନିଶିଗନ୍ଧାର ସଭାପତି ଚକ୍ରଧର ତ୍ରିପାଠୀ, ପ୍ରତିଷ୍ଠାତା ସମ୍ପାଦକ ବଳରାମ ଭୋଇ, ସମ୍ପାଦିକା ସରସ୍ୱତୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ନିଶିଗନ୍ଧାର ଦ୍ୱିତୀୟ ଇ-ପତ୍ରିକା ‘ଗୁରୁପୂର୍ଣ୍ଣିମା’ ଓ କବି କରୁଣାକର ମଲ୍ଲିକଙ୍କର ପତ୍ରିକା ‘ପ୍ରଥମ ପରିଚୟ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବହରି ରାଉଳ, ମାୟାଧର ମଲ୍ଲିକ, ଶିବରାମ ସିଂ, ମନିଶା ତ୍ରିପାଠୀ, ସୁନିଲ ଓ ବିଭୁପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।