ବନ୍ଦ ହେଉ ଜୁଲମ

ବ୍ରହ୍ମପୁର ,(ଓ୍ବାଇଏନ୍ଏସ୍): ଯୁଦ୍ଧରେ କେବଳ ନିଜେ ଜିତିଯାଇଥିବା ମନୁଷ୍ୟ କୁ ପ୍ରକୃତ ଯୋଦ୍ଧା କୁହାଯାଏନି , ଯୋଦ୍ଧା ତ ପ୍ରକୃତରେ ସେମାନେ ଯେଉଁମାନେ ନିଜକୁ ବିପଦରେ ପକାଇ ଅନ୍ୟକୁ ରକ୍ଷା କରିଥାନ୍ତି | କୋରନା ର ଏହି ପ୍ରକୋପରେ ପ୍ରତ୍ୟକଟି ବ୍ୟକ୍ତି ଲଢ଼ି ଚାଲିଛନ୍ତି ନିଜର ଯୁଦ୍ଧ, ଏହି ଯୁଦ୍ଧ କେବଳ ପ୍ରଶାସନର ନୁହେ ଏହି ଯୁଦ୍ଧ ଦେଶରେ ବାସ କରୁଥିବା ପ୍ରତ୍ୟକଟି ବ୍ୟକ୍ତିଙ୍କର , ଏଥିପାଇଁ ପ୍ରଶାସନ ଲୋକଙ୍କୁ ସାହାର୍ଯ୍ୟ କରିବା ତା ସହ ଲୋକଙ୍କୁ ସଚେତନାର ବାର୍ତା ଦେବା ଠିକ ଅଛି କିନ୍ତୁ ନିୟମ ଠିକ ଭାବରେ ପାଳନ ହେଉନାହିଁ କହି ଲୋକମାଙ୍କର ଉପରେ ଅଭିଯୋଗ କରି ସେମାନଙ୍କୁ ବିପଦରେ ପକାଇବା କେତେ ଠିକ ? ଲକଡାଉନ ର ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ଲୋକମାନଙ୍କୁ ବୋହୁ ବିପଦର ସାମ୍ମନା କରିବାକୁ ପଡିଛି ,ବର୍ତ୍ତମମାନ ସେମାନେ ନିଜର ପରିସ୍ତିତିକୁ ସଜାଡ଼ିବା ସମୟରେ ପ୍ରଶାସନର ଲୋକମାନଙ୍କର ଉପରେ ଅଯଥାରେ ବିଭିନ୍ନ ଅଭିଯୋଗ କରି ଅତ୍ୟାଚାର କରିଚାଲିଛି | ବିଭିନ୍ନ ଅଭିଯୋଗ କରି ଯେଉଁଭଳି ଭାବରେ ଛୋଟ ଛୋଟ ବ୍ୟବସାୟୀ ପ୍ରତିଷ୍ଠାନ ଉପରେ ଚଢ଼ାଉ କରି ଦୋକାନ ସିଲ ସହ ତଣ୍ଡ ଆଦାୟ କରି କୋକୁଆ ଭୟ ସୃଷ୍ଟି କରୁଛି ତାର ମୁଁ ଦୃଢ ନିନ୍ଦା କରିବା ସହ ଏଥିରୁ କ୍ଷାନ୍ତ ରହିବା ପାଇଁ ଦାବୀ ରଖୁଛି , ପ୍ରଶାସନ ରାଜସ୍ବ ଆଦାୟରେ ବ୍ୟସ୍ତ ରହୁଛି ସିନା ତାର ପ୍ରତିକାର ଚିନ୍ତା କରୁନାହିଁ , ପୁଲିସର ସାହାଯ୍ୟ ମଧ୍ୟ ନେଉନାହିଁ , ପଞ୍ଚସୂତ୍ରୀ କରୋନା ନିୟମ ନାରେ ପ୍ରଶାସନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଜୋର ଜୁଲମ ବନ୍ଦ କରୁ ନ ହେଲେ ଆଗାମୀ ଦିନରେ ଏହା ଉଗ୍ରରୂପ ଧାରଣ କରିବ , କାହିଁକିନା ପ୍ରତ୍ୟକ ମଣିଷ ନିଜର ପେଟ ପୋଷିବା ପାଇଁ ହିଁ କଷ୍ଟ ପଡିଥାଏ , ଯଦି ଏଥିରେ ପ୍ରଶାସନ ବାଧା ଦିଏ ତେବେ ଦିନେ ଏହି ସାଧାରଣ ନାଗରିକମାନେ ମିଶି ଏକ ମହାଭାରତ ସୃଷ୍ଟି କରିବେ ଯାହାର ଆଉ ଅନ୍ତ ହେବ ନାହିଁ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ