ନାଉଗାଁ ବଜାରର ମା’ସାର୍ବଜନୀନ ଦୁର୍ଗାପୂଜା କମିଟିର ଉପଦେଷ୍ଟା ତଥା ପୂଜାର କର୍ମକର୍ତାଙ୍କ ବିୟୋଗରେ ନିରବ ପ୍ରାର୍ଥନା

ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁହାଟ ମା ସାର୍ବଜନୀନ ଦୁର୍ଗାପୂଜା କମିଟିର ଉପଦେଷ୍ଟା ତଥା ପୂଜାର କର୍ମକର୍ତା ନବକିଶୋର ଦାସଙ୍କ ଅକାଳ ବିୟୋଗ ଘଟିଛି । ରବିବାର ଉକ୍ତ ବ୍ଲକରେ ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ନବ କିଶୋର ସ୍ଥାନୀୟ ଅଂଚଳରେ ଜଣେ ନାଟ୍ୟକାର ହିସାବରେ ବେଶ ଜଣାଶୁଣା । ସେହିପରି ଦୀର୍ଘ ଦିନ ହେବ ପୂଜା କମିଟିର ଉପଦେଷ୍ଟା ଥିବା ବେଳେ ପୂଜାର କର୍ମକର୍ତା ଭାବେ ଦାୟିତ୍ୱ ସଂପନ୍ନ କରିଆସୁଥିଲେ । ତାଙ୍କ ବିୟୋଗରେ ନାଉଗାଁ ବଜାର କମିଟି ତରଫରୁ ସୋମବାର ଦୁର୍ଗା ମଣ୍ଡପ ଠାରେ ଏକ ନୀରବ ପ୍ରାର୍ଥନା ଆୟୋଜନ କରାଯାଇଥିଲା । ବଜାର କମିଟିର ସଭାପତି ଅଶୋକ ମହାନ୍ତି,ସଂପାଦକ ଜଗନ୍ନାଥ ଦାସଙ୍କ ପ୍ରତ୍ୟେହ ତତ୍ୱାବଧାନରେ ଆୟୋଜିତ ସଭାରେ ୨ ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ ତାଙ୍କର ଅକାଳ ବିୟୋଗରେ ପୂଜା କମିଟିର ଅପୁରଣୀୟ କ୍ଷତି ଘଟିଥିବା କର୍ମକର୍ତାମାନେ ମତବ୍ୟକ୍ତ କରିଥିଲେ । ପରେ ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତା ଭାବେ ନାରାୟଣ ନାୟକଙ୍କୁ ମନୋନୀତ କରାଯାଛି । ଏହି ସଭାରେ କମିଟିର ସଦସ୍ୟ ଦୀପୁ ଲେଙ୍କା, ଅନୁ ନାୟକ, ଦେବଜ୍ୟୋତି ମହାନ୍ତି, ମନୋଜ ନାୟକ, ଅଭି ଲେଙ୍କା, ବିବେକାନନ୍ଦ ପରିଜା, ବିଜୟ ମହାନ୍ତି, ନାରାୟଣ ନାୟକ, ସାଗର ଦାସ, ପ୍ରଭୁ ଚରଣ ଦାସ, ରଶ୍ମି ସାହୁ , ଲିପା ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞଳି ଅର୍ପଣ କରିଥିଲେ । ପରେ ନାଉଗାଁ ବଜାରକୁ ବନ୍ଦ ରଖା ଯାଇଥିଲା । ସୂଚନା ଯୋଗ୍ୟ ଯେ ନବ କିଶୋରଙ୍କୁ ଜ୍ୱର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ସେଠାରେ ତାଙ୍କର ବିୟୋଗ ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ