ବେଲଗୁଣ୍ଠା ପ୍ରେସ୍ କ୍ଳବର ବାର୍ଷିକ ବୈଠକ ଓ କର୍ମକର୍ତ୍ତା ଚୟନ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ପ୍ରେସ୍ କ୍ଳବ କାର୍ଯ୍ୟାଳୟ ଠାରେ ବେଲଗୁଣ୍ଠା ପ୍ରେସ୍ କ୍ଳବର ଏକ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।କ୍ଳବର ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ରଙ୍କ ସଭାପତିତ୍ୱରେ ହୋଇଥିବା।ଏହି ବୈଠକରେ ଆସନ୍ତା ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯବା ସଙ୍ଗେ ସଙ୍ଗେ କ୍ଳବର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା ।ସର୍ବସମ୍ମତି କ୍ରମେ ପ୍ରଦ୍ୟୁମ୍ନ ପାତ୍ର ପୁଣି ଥରେ ସଭାପତି ରୁପେ ମନୋନୀତ ହୋଇଥିବା ବେଳେ ପ୍ରଭାତ କୁମାର ସାହୁ ଉପ-ସଭାପତି,ଅଶ୍ୱିନୀ କୁମାର ମହାନ୍ତି ସାଧାରଣ ସଂପାଦକ, ସରୋଜ ଶତପଥୀ ସହ-ସଂପାଦକ ଏବଂ ସି.ଏଚ୍ ବାଳକୃଷ୍ଣ ପାତ୍ର କୋଷାଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।ଏହା ସହିତ ସୁଶାନ୍ତ କୁମାର ବେହେରା,ଚନ୍ଦନ କୁମାର ସାହୁ ଓ ସନ୍ତୋଷ କୁମାର ବିଷୋୟୀ ଉପଦେଷ୍ଟା ଭାବରେ ମନୋନୀତ ହୋଇଥିଲେ ।ସଭାପତି ପ୍ରଦ୍ୟୁମ୍ନ ପାତ୍ର ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହ ବେଲଗୁଣ୍ଠା ପ୍ରେସ୍ କ୍ଳବ ସବୁବେଳେ ଜନସାଧାରଣଙ୍କ ସେବା ପାଇଁ ଉତ୍ସର୍ଗୀକୃତ ବୋଲି ବକ୍ତବ୍ୟ ରଖିବା ସହ କରୋନା ସମୟରେ ବୁଲା ଗାଇଗୋରୁଙ୍କୁ ଖାଇବାକୁ ଦେବା, କାର୍ଯ୍ୟରତ ପୋଲିସ ଭାଇମାନଙ୍କୁ ଚାହା,ବିସ୍କୁଟ୍ ଇତ୍ୟାଦି ଵିତରଣ କରି ସେମାନଙ୍କ ମନୋବଳ ବଢାଇବାରେ ସହଯୋଗ କରିବା ଏବଂ ରକ୍ତ ଦାନ ଶିବିର ଆୟୋଜନ କରିବା ଇତ୍ୟାଦି ଜନହିତକର କାର୍ଯ୍ୟ ନେଇ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।କ୍ଳବ ତରଫରୁ ପ୍ରଥମ ପର୍ଯ୍ୟାୟରେ କରୋନା ମହାସଂଗ୍ରାମରେ ସଂଗ୍ରାମରତ କିଛି ଯୋଦ୍ଧାଙ୍କୁ କରୋନା ଯୋଦ୍ଧା ଭାବେ କ୍ଳବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କରୋନା ମୁକାବିଲାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଉ କିଛି କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଉପଦେଷ୍ଟା ତଥା ପ୍ରାକ୍ତନ ସଂପାଦକ ସୁଶାନ୍ତ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ଅଶ୍ୱିନୀ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କ୍ଳବର ପୁର୍ବତନ ସଂପାଦକ ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ସଦସ୍ୟ ସୁରେଶ କୁମାର ସୁବୁଦ୍ଧି,ଉପଦେଷ୍ଟା ତଥା ପୁର୍ବତନ ଉପସଭାପତି ଚନ୍ଦନ କୁମାର ସାହୁ ଓ ସନ୍ତୋଷ କୁମାର ବିଷୋୟୀ, ଶିବରାମ ଚୌଧୁରୀ,ଜଗନ୍ନାଥ ନାୟକ, ସନ୍ତୋଷ କୁମାର ତ୍ରିପାଠୀ,ଅକ୍ଷୟ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।ସମସ୍ତ କାର୍ଯ୍ୟକ୍ରମ କରୋନା କଟକଣାକୁ ଦୃଷ୍ଟିରେ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ