ମହୁଫେଣା ଘର ପାଖରେ ଥିଲେ କ’ଣ ହୁଏ?
ମହୁରେ ଅନେକ ଔଷଧୀୟ ଗୁଣ ରହିଛି, ଯାହା ଶରୀର ପାଇଁ ବେଶ ଉପକାରୀ । କେବଳ ଶରୀର ପାଇଁ ନୁହେଁ, ମହୁ ତ୍ୱଚା ପାଇଁ ମଧ୍ୟ ଉପକାରୀ । ସେଥିପାଇଁ ମହୁକୁ ଔଷଧୀୟ ଗୁଣର ଭଣ୍ଡାର କୁହାଯାଏ । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମହୁ ସେବନ କରନ୍ତି । ଭାରତୀୟ ରୀତିନୀତିରେ ମଧ୍ୟ ମହୁର ବେଶ ମହତ୍ୱ ରହିଛି । ହିନ୍ଦୁ ଦେବାଦେବୀଙ୍କ ପାଖରେ ଏହାକୁ ଏକ ପ୍ରସାଦ ଭାବେ ବ୍ୟବହାର କରାଯାଇଥାଏ । ତେବେ କେବଳ ମହୁ ନୁହେଁ, ମହୁଫେଣା ମଧ୍ୟ ବେଶ ଉପକାରୀ । ଘର ପାଖରେ ମହୁଫେଣା ଦେଖି ମହୁମାଛି କାମୁଡିବା ଡରରେ ଆମେ ଭାଙ୍ଗିଦେଉ । କିନ୍ତୁ ଶାସ୍ତ୍ରବିତଙ୍କ କହିବାନୁଯାୟୀ ଏପରି କରିବା ଅନୁଚିତ । କାରଣ ମହୁଫେଣା ଘର ପାଖରେ ରହିଲେ ଶୁଭ ।


