୪ ବର୍ଷର ପିଲା ମନେରଖିଛି ୮୦ଟି କାର୍ ବ୍ରାଣ୍ଡ

କୋରାପୁଟ: ବର୍ଣ୍ଣବୋଧ ପଢ଼ିବା ବୟସରେ ତୁଣ୍ଡର ବାହାରୁଛି ବ୍ରହ୍ମାଣ୍ଡର କଥା । ତାର ପାଟି ଖୋଲିଲେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଲୋକ । ଆମେ କୁହୁଛୁ କୋରାପୁଟର ଶିଶୁ ସାଇ ଅନିଶଙ୍କ କଥା । ମାତ୍ର ସାଢ଼େ ୪ ବର୍ଷ ବୟସରେ ପାଟିରେ ସଜା ହୋଇଛି ୮୦ ପ୍ରକାର ବ୍ରାଣ୍ଡର ନାଁ । ଏଥିପାଇଁ ସାଇ ଏବେ ଚର୍ଚ୍ଚାରେ । ଖେଳକୁଦ କରିବା ସମୟରେ ଅନିଶ ଜାତୀୟ, ଅନ୍ତର୍ଜାତୀୟ ସମ୍ମାନର ଅଧିକାରୀ ହୋଇ ସାରିଲେଣି । ତାଙ୍କର ଏହି ସଫଳତା ପରେ ଅନିଶକୁ ଏବେ ନୂଆ ନାଁ ମିଳିଛି ତାହା ହେଲା ସ୍ମରଣ ଶକ୍ତର ସେହେନସା । ୩ ମିନିଟ ୬ ସେକେଣ୍ଡରେ ଗୋଟିଏ କି ଦୁଇଟି ନୁହେଁ ୮୦ଟି କାର ନାଁ କହି ନାଇଜେରିଆ ୱାଲର୍ଡ ଗିନିସ ରେକର୍ଡରେ ସ୍ଥାନ ପାଇଛନ୍ତି ।ସାଇ ଅନିଶ ବାପା ସୁନାବେଡା ସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସରେ ଚାକିରି କରିଛନ୍ତି । କୁନି ଅନିଶ ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ପାଠପଢ଼ୁଛି । ସାଇଙ୍କ ଏଭଳି ପ୍ରତିଭା ଦେଖି କେବଳ ପରିବାର ନୁହେଁ, ସମସ୍ତେ ଏବେ ଖୁସି ଅଛନ୍ତି ଏବଂ ଆଗକୁ ଆହୁରି ସଫଳ ହୁଅନ୍ତୁ ବୋଲି ଶୁଭକାମନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ