ଗାଧୁଆ ଘରେ ଦାଢ଼ି କାଟୁଥିଲେ…
ମୁହଁର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆମେ ଅନେକ ପରିଶ୍ରମ କରୁ । କାରଣ ଛିଅ ହେଉ ଅବା ପୁଅ ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାଁନ୍ତି । ଆଜିକାଲି ପୁଅମାନଙ୍କୁ ଦେଖନ୍ତୁ । ସୁନ୍ଦର ଦେଖାଯିବା ପାଇଁ ସେମାନେ ଦାଢ଼ି ଫ୍ୟାସନକୁ ଆପଣେଇଛନ୍ତି । ଆଜିକାଲି ପ୍ରାୟ ପିଲା ବିଅର୍ଡ ଲୁକ୍ ବା ଦାଢ଼ି ରଖି ଚେହେରାକୁ ଏକ ସ୍ୱତନ୍ତ୍ର ଲୁକ ଦେବାପାିଁ ଚାହୁଁଛନ୍ତି । ତେବେ ଦାଢ଼ି ରଖିବା ବଡ଼ କଥା ନୁହେଁ । ଦାଢ଼ିକୁ ଯତ୍ନର ସହକାରେ ରଖିବା ହେଉଛି ମୁଖ୍ୟ କଥା । ଶାସ୍ତ୍ରବିତ୍ଙ୍କ ମତରେ ଦାଢ଼ି କାଟିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ । ଗାଧୁଆ ଘରେ କେବେ ବି ଦାଢ଼ି କାଟନ୍ତୁ ନାହିଁ । ଦାଢ଼ିକୁ ସବୁବେଳେ ଘର ବାହାରେ କାଟନ୍ତୁ । ଘର ଭିତରେ କାଟନ୍ତୁ ନାହିଁ । ଘର ଭିତରେ କାଟିରେ ଅମଙ୍ଗଳ ହୁଏ ।


