କାର୍‌ରେ ପ୍ରେସ୍‌ ଲେଖି କରୁଥିଲେ ଗଞ୍ଜେଇ ଚାଲାଣ ;୫ ଜଣଙ୍କୁ ବାନ୍ଧିଲା ପୋଲିସ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ  ଜିଲାରେ ଚୋରା ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି। ସେପଟେ ଜିଲା ଚାରିପଟେ କରୋନା ପାଇଁ ଚେକିଂ କଡାକଡି କରାଯାଉଛି। ବିନା ପାସ୍‌ରେ ଗାଡିଗୁଡିକୁ ଛଡା ଯାଉନାହିଁ। ଏଭଳି ସ୍ଥିତିରେ ମଧ୍ୟ ଗଞ୍ଜେଇ ମାଫିଆ ନୂଆ କୌଶଳ ଆପଣାଉଛନ୍ତି। ପ୍ରେସ୍‌ ଲେଖା ଥିବା ଏକ କାର୍‌ରେ କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡା ଥାନା ସଲାଗୁଡାରୁ ଗଞ୍ଜେଇ ଚାଲାଣ ବେଳେ ସୁନାମୁଦି ପୋଲ ପାଖରେ ବୁଧବାର ପୋଲିସ କାବୁ କରିଛି। ଗାଡିରୁ ୧୦୨ କେଜି ଗଞ୍ଜେଇ, ୧ ଲକ୍ଷ ୪୭ ହଜାର ଟଙ୍କା, ୪ଟି ମୋବାଇଲ, ଏକ ବୁମ୍‌ ଜବତ ହୋଇଛି। ଏହି ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଛତିଶଗଡର କ୍ରିଷ୍ଣ ଚୌହାନ, ଅର୍ଜୁନ ଯାଦବ, ପରମାନନ୍ଦ ଯାଦବ, ଷ୍ଟିଫାନ୍‌ ଟିଗୋ ଓ ସଲାଗୁଡାର ଆଦାମ ଦିଗାଲ। ଗୋଚ୍ଛାପଡା ଅଞ୍ଚଳରୁ ବୌଦ୍ଧ ଜିଲା କଣ୍ଟାମାଳ ଦେଇ ଛତିଶଗଡକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ଜେରାବେଳେ ଅଭିଯୁକ୍ତ କହିଛନ୍ତି। ଏ ନେଇ ନଂ.୪୭/୨୦ରେ ମାମଲା ରୁଜୁ ହୋଇଥିବା ସଦର ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ