ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ଆଦିବାସୀ ପରିବାରଂକୁ ସହାୟତା
ପାରଳାଖେମୁଣ୍ତି,(ତାରିଣୀ ପ୍ରସାଦ ପଣ୍ଡା):କରୋନାର କରାଳ ରୂପ ଜୀବନ ଓ ଜୀବିକା ସନ୍ଦିହାନ ବେଳେ କେତୋଟି ବିରଳ ସ୍ବେଚ୍ଛାସେବୀ ସଂଗଠନ ଗଜପତି ଜିଲାର ଆଦିବାସୀ ଅଧୂଷିତ ରାୟଗଡ ବ୍ଲକର କଇଁପୁର ଏବଂ ଲକ୍ଷ୍ମୀପୁର ପଂଚାୟତର ବଡମାସିଂ,କଣ୍ଟାଗାଁ,ଜିରଜିରା.ରାଇସିଂ ଇତ୍ୟାଦି ଗ୍ରାମର ୧୦୦ଟି ଅସହାୟ ପରିବାରଂକୁ ରିଲିଫ୍ ପ୍ରଦାନ କରିଛନ୍ତିାଇସାରା ଓ ଏସ୍ .ଡବ୍ଲୁ.ଡବ୍ଲୁ.ଏସ୍ .ର ମିଳିତ ଆନୁକୂଲ୍ୟରେ ଆମେରିକାର ଜୀଭ୍ ଦୟା ଫାଉଣ୍ତେସନର ସହାୟତାରେ ପ୍ରତ୍ୟେକ ପରିବାରଂକୁ ୧୦ କିଲୋ ଚାଉଳ,୫ କିଲୋ ଗହମ ଚୂନା,ଚିନି ୧ କିଲୋ,ଆଳୁ ୫ କିଲୋ,ପିଆଜ ଅଢେଇ କିଲୋ,ମୁଗଡାଲି ୧ କିଲୋ, ଚଣାଡାଲି ୧ କିଲୋ,ସୋୟାବଡି ଅଧା କିଲୋ,ହଳଦୀଗୁଣ୍ତ ୧୦୦ ଗ୍ରାମ,ଲଂକାଗୁଣ୍ତ ୧୦୦ ଗ୍ରାମ, ଆୟୋଡିନ୍ ଯୁକ୍ତ ଲୁଣ ୧ କିଲୋ ଲେଖାଏଁ ପ୍ରଦାନ କରାଯାଇଥିଲାା ବିଶେଷ କରି ଗତ ତିତ୍ଲି ଦ୍ବାରା ପ୍ରଭାବିତ ପରିବାରଂକୁ ଏହି ରିଲିଫ ଦିଆଯାଇଥିଲାାତିତ୍ଲି ଓ କରୋନାରେ ସେମାନଂକ ଜୀବିକାର ମେରୁଦଣ୍ତ ଭାଂଗିଯାଇଥିବା ବେଳେ ଏହିଭଳି ବିରଳ ସ୍ବେଚ୍ଛାସେବି ସଂଗଠନ ସାହାଯ୍ୟ କରିଥିବାରୁ ଉପକ୍ରୁତ ହୀତାଧକାରୀ ମାନେ ସେମାନଂକୁ ଧନ୍ୟବାଦ ଜଣାଇଛନ୍ତିାଏହି କାର୍ୟ୍ୟକ୍ରମରେ ଏସ୍ .ଡବ୍ଲୁ .ଡବ୍ଲୁ .ଏସ୍ .ର ସଭାପତି ଡି.ଜଗନ୍ନାଥ ରାଜୁ ଏବଂ ଇସାରାର ନିର୍ଦ୍ଦେଶକ ରବିନ୍ଦ୍ରନାଥ ପାତ୍ର ଉପସ୍ଥିତ ଥିଲେ |


