ଛତ୍ରପୁର ସବଜେଲ ଗେଟ ନିକଟରେ ଧସ୍ତାଧସ୍ତି
ଛତ୍ରପୁର, (ଓ୍ବାଇଏନ୍ଏସ୍):ଛତ୍ରପୁର ସବଜେଲ ରୁ ଗୁରୁବାର ସନ୍ଧ୍ୟା ରେ ଜଣେ ଜାମିନ ରେ ଵାହାରକୁ ଆସୁଥିବା ବନ୍ଦୀକୁ ପୁଣି ଉଠାଇନେବା ପାଇଁ ସାଧା ପୋଷାକରେ ଏକ ବୋଲେରୋ ରେ ଆସି ପୋଲିସ ଅପେକ୍ଷା କରିଥିଲେ। ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ବୋଲେରୋ ଭିତରକୁ ନେବାକୁ ଉଦ୍ୟମ କରିବା ବେଳେ ବ୍ୟକ୍ତିଙ୍କ ପରିବାରବର୍ଗ ପୋଲିସ ସହ ଧସ୍ତାଧସ୍ତି କରି ବ୍ୟକ୍ତିକୁ ଛଡାଇ ବାରେ ସକ୍ଷମ ହୋଇଥିଲେ l ଉକ୍ତ ବ୍ୟକ୍ତି ଏକ କାର ଯୋଗେ ଖୁବ୍ ବେଗରେ କୁଆଡେ ପଳାଇ ଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି l ଏହା ପରେ ପିଛା କରୁଥିବା ପୋଲିସ କୁ ବାଧା ଦେଉଥିବା ବେଳେ ସବଜେଲରୁ ଜାମିନରେ ବାହାରକୁ ବାହାରିଥିବା ବ୍ୟକ୍ତିଙ୍କ ପରିବାର କିଛି ମହିଳା ମାନେ ଆହତ ହୋଇଥିଲେ। ପୋଲିସ ବୋଲେରୋରେ ଚାଲିଯିବା ପରେ ଉକ୍ତ ପରିବାର ଲୋକେ ମଧ୍ୟ ଆହତଙ୍କୁ ଉଠାଇ ଆଉ ଏକ କାରରେ ଛତ୍ରପୁର ମେଡିକାଲକୁ ପଳାଇ ଯାଇଥିଲେ। ପରେ ଆହାତ ପରିବାର ବର୍ଗ ସେମାନଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ କରି ନ୍ୟାୟ ଦାବୀରେ ରାତ୍ର ୮ଟାରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଙ୍କୁ ଭେଟିଥିଲେ l ଏସପି ଶ୍ରୀ ରାଏ ପରିବାର ବର୍ଗ ଙ୍କ ଅଭିଯୋଗ ଶୁଣି ଏହାର ତଦନ୍ତ ଛତ୍ରପୁର ଏସଡିପିଓ କରିବେ ବୋଲି କହିଥିଲେ l ଯେଉଁ ମାନେ ଆଇନ ହାତକୁ ନେଇଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଏସପି ଶ୍ରୀ ରାଏ ପରିବାର ବର୍ଗ କୁ କହିଥିଲେ l