ଗଜପତିରେ ପୁଣି ବଢିଚାଲିଛି କରୋନା ସଂକ୍ରମଣ;ଆଜି ୫୮ ପଜିଟିଭ୍ ଚିହ୍ନଟ,ସଂଖ୍ୟା ୨୫୪୫ରେ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି । ବର୍ତ୍ତମାନ ଦିନକୁ ଦିନ ଜିଲ୍ଲାରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫୮ଜଣକୁ ମିଶାଇ ସଂଖ୍ୟା ୨୫୪୫ରେ ପହଞ୍ଚିଛି । ଆଜିର ଏହି ୫୮ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳର ୧୦ଜଣ,ଗୋଷାଣୀ ବ୍ଲକରୁ ୧୦ଜଣ,ଗୁମ୍ମା ବ୍ଲକରୁ ୩ଜଣ,ରାୟଗଡା ବ୍ଲକରୁ ୮ଜଣ,କାଶୀନଗର ବ୍ଲକରୁ ୨ଜଣ,ମୋହନା ବ୍ଲକରୁ ଜଣେ,ଆର.ଉଦୟଗିରି ବ୍ଲକରୁ ୨୧ଜଣ,ଜିଲ୍ଲା ବାହାରୁ ୩ଜଣ ବୋଲି ଜଣାପଡିଛି । ଏଥି ମଧ୍ୟରୁ କରୋନା ଯୋଦ୍ଧା ୬ଜଣ, ସ୍ୱାସ୍ଥ୍ୟକର୍ମୀଙ୍କ ଯାଞ୍ଚ ବେଳେ ୪୧ଜଣ,ପୁର୍ବସଂକ୍ରମିତଙ୍କ ସଂସ୍ପର୍ଷରେ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁପମ ସାହା ସୁଚନା ଦେଇଛନ୍ତି । ଗଜପତି ଜିଲ୍ଲାପାଳ ଏହି ସମସ୍ତ ସୁଚନା ଦେବା ସହ ସମସ୍ତେ କରୋନା ପାଇଁ କୋଭିଡ୍‌-୧୯ ନିୟମ ସତର୍କତା ସହ ଅବଲମ୍ବନ କରି ସୁରକ୍ଷିତ ରହିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ