ଗ୍ରାମାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିସନରେ ସହରାଞ୍ଚଳ ପରେ ଏବଂ ଗ୍ରାମାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି । ଓଡିଶାର ୧୫୬ ଟି ପଞ୍ଚାୟତରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ସେଥିରୁ ଗଞ୍ଜାମ ଜିଲ୍ଲାର ୧୦ ଟି ପଞ୍ଚାୟତ ହିଞ୍ଜିଳି ବ୍ଲକ ନନ୍ଦିକ ପଞ୍ଚାୟତ, ଛତ୍ରପୁର ବ୍ଲକର ଚମାଖଣ୍ଡି ପଞ୍ଚାୟତ, ଗଞ୍ଜାମ ବ୍ଲକର ମଲାଡ ଏବଂ ଖଲ୍ଲିକୋଟ ବ୍ଲକର ବିକ୍ରମପୁର, କଇରାଶି, କହ୍ନେଇପୁର, କେଶପୁର, ଲଙ୍ଗେଳେଶ୍ୱର, ପଥରା ଓ ଏସ୍.କେ.ଶରଣପୁର ପଞ୍ଚାୟତ ଏହି ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପ ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖ ଠାରୁ ବିଦ୍ଧିବଧ ଭାବେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ଜାଗା ନିରୂପଣ ହେବ । ଏନେଇ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ ସଚେତନତା ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରବୀ ନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ପଞ୍ଚାୟତର ସରପଞ୍ଚ, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ, ଜିପିଓ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଲକ ଶିକ୍ଷାଧିକାରୀ, ସିଡିପିଓ, ମେଡିକାଲ ଅଫିସରମାନେ ଉପସ୍ଥିତ ଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସମସ୍ତଙ୍କ ସହଯୋଗ ରହିଛି । ଗ୍ରାମାଞ୍ଚଳରେ ଘର, ଦୋକାନ, ରେସ୍ତୁରାଏଁ, ଆବାସିକ ଛାତ୍ର/ଛାତ୍ରୀ ହଷ୍ଟେଲ, କଲେଜ, ଶିକ୍ଷାନୁଷ୍ଠାନ, ମାଂସ ଦୋକାନ, କ୍ଷୁଦ୍ର, ମଧ୍ୟମ ଏବଂ ବୃହତ୍ତ ଶିଳ୍ପ, ଦୋକାନ, ବିବାହ ଉତ୍ସବ ବେଳେ ଯେଉଁ କଠିନ ବର୍ଜ୍ୟବସ୍ତୁ ବାହାରୁଛି ସେଗୁଡିକୁ ଚିହ୍ନଟ ହୋଇଥିବା ସ୍ଥାନକୁ ପହଞ୍ଚାଇବେ । ଏଥି ନିମନ୍ତେ ଉପରୋକ୍ତ ସମସ୍ତଙ୍କ ନିମନ୍ତେ କଠିନ ବର୍ଜ୍ୟବସ୍ତୁ ପାଇଁ ବିଭିନ୍ନ ମୂଲ୍ୟ ନିର୍ଧାରଣ କରାଯାଇଛି । ସମସ୍ତେ ଏହି ନିମୟକୁ କଡାକଡି ପାଳନ କରିବାକୁ ହେବ । ଏଥିରେ ଯେଉଁମାନେ ଅବହେଳା କରନ୍ତି ସେମାନଙ୍କୁ ପଞ୍ଚାୟତ ତରଫରୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି ବୋଲି ଏପିଡି ଶ୍ରୀ ତ୍ରିପାଠୀ କହିଛନ୍ତି । ୨୦୨୦ ମାର୍ଚ୍ଚ ପର ଠାରୁ ଜିଲ୍ଲାର ସମସ୍ତ ପଞ୍ଚାୟତ ଗୁଡିକରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି । ବୈଠକରେ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ଜଳ ଓ ପରିମଳ ମିସନ୍ ରାଜ୍ୟ ପରାମର୍ଶଦାତା ଅଶ୍ୱିନୀ ପଟ୍ଟନାୟକ, ଖଲ୍ଲିକୋଟର କନିଷ୍ଠ ଯନ୍ତ୍ରୀ ଏସ୍.ଭୀମା ରାଓ, ଗଞ୍ଜାମ ବ୍ଲକର ଶରତ ଚନ୍ଦ୍ର ସାହୁ, ଛତ୍ରପୁର ମଳୟ କୁମାର ନାୟକ ଓ ଶଶାଙ୍କ ଶେଖର ପାଢୀ, ହିଞ୍ଜିଳି ବ୍ଲର ପ୍ରସନ୍ନ କୁମାର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ