ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ …
୨୫.୦୮.୧୯
ମେଷ – ଅଶୁଭଚନ୍ଦ୍ର ହେତୁ କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ଆୟଠାରୁ ବ୍ୟୟାଧିକ ହେତୁ ମାନସିକ ଚାପ ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହେବ, ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ନାହିଁ ।
ବୃଷ -ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ ।
ମିଥୁନ – ଶୁଭଚନ୍ଦ୍ର ଚଳନ ଫଳରେ ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବୃଦ୍ଧି ପାଇବ । ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।
କର୍କଟ – ଶୁଭଚନ୍ଦ୍ର ଚଳନ ଫଳରେ ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ ।
ସିହଂ – ଏହି ରାଶିର ଲୋକମାନଙ୍କ ପାଇଁ ଶୁଭଚନ୍ଦ୍ର ପ୍ରଭାବରେ ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ ।
କନ୍ୟା – ଅଶୁଭଚନ୍ଦ୍ର ପ୍ରଭାବରେ ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ ।
ତୁଳା – ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିବ, ସାଂସାରିକ ଜୀବନ ସୁଖ ଶାନ୍ତିରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, ଗୁହନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଶୁଭ ଖବର ମିଳିବ ।
ବିଛା – ଶୁଭଚନ୍ଦ୍ର ପ୍ରଭାବରେଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ନୁତନ ଯାନ କ୍ରୟ କରିବେ ।
ଧନୁ – ଶୁଭଚନ୍ଦ୍ର ଚଳନ ଫଳରେ ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ ।
ମକର- ଶୁଭ ଚନ୍ଦ୍ରଙ୍କ ପ୍ରଭାବ ହେତୁ ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସାମାନ୍ୟ ସ୍ୱଚ୍ଛଳ ହେବ ।
କୁମ୍ଭ – ଶୁଭଚନ୍ଦ୍ର ପ୍ରଭାବରେ ଆଜିର ଦିନଟି ବ୍ୟବସାୟିକ ଦିଗରୁ ଉତମ ରହିବ, ଆର୍ଥିକ ଦିଗଟି ସ୍ୱଛଳ ରହିବ, ରାଜନୈତିକ ବ୍ୟକ୍ତିବିଶେଷ ସମାଜରେ ନିଜର ପତିଆରା ଜାହିରି କରିବାରେ ସକ୍ଷମ ହେବେ । ସାଂସାରିକ ଜୀବନ ସୁଖରେ କଟିବ ।
ମୀନ – ଶୁଭଚନ୍ଦ୍ର ପ୍ରଭାବରେଏହି ରାଶିର ଲୋକମାନଙ୍କ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ, ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।
– ଗର୍ଗ ଜ୍ୟୋତିଷ -\nର୍ ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ(ଏମ୍ କମ୍,ଏମ.ବି.ଏ) \n ସେକ୍ଟର-୩/୩୦୯, ନିଳାଦ୍ରୀବିିହାର, ଭୁବନେଶ୍ୱର-୨୧ ୯୪୩୮୩୮୯୦୩୯,www.gargajyotish.com


