ଆରୋଗ୍ୟ ହାର ପାଖାପାଖି ୭୫ ପ୍ରତିଶତ

ନୂଆ ଦିଲ୍ଲୀ:ଅଧିକରୁ ଅଧିକ କରୋନା ସଂକ୍ରମିତ ନୀରବଚ୍ଛିନ୍ନ ଭାବେ ଆରୋଗ୍ୟ ଲାଭ କରୁଥିବାରୁ ଦେଶରେ ସୁସ୍ଥତା ହାର ପାଖାପାଖି ୭୫ ପ୍ରତିଶତରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୭,୯୮୯ ରୋଗୀ ସୁସ୍ଥ ହୋଇଥିବା ବେଳେ ମୋଟ ଆରୋଗ୍ୟ ସଂଖ୍ୟା ଆଜି ୨୨,୮୦,୫୬୬ରେ ପହଞ୍ଚିଛି । ସକ୍ରିୟ ରୋଗୀଙ୍କ ତୁଳନାରେ (୭,୦୭,୬୬୮) ପାଖାପାଖି ୧୬ ଲକ୍ଷ (୧୫,୭୨,୮୯୮) ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ରେଖାଚିତ୍ରରେ ପ୍ରଦତ୍ତ ସୂଚନା ଅନୁସାରେ ଦୈନିକ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ପହିଲାରୁ ୭ ମଧ୍ୟରେ ଏହା ୧୫,୦୧୮ ଥିବାବେଳେ ଅଗଷ୍ଟ ୧୩ରୁ ୧୯ ମଧ୍ୟରେ ଏହା ୬୦,୫୫୭କୁ ବୃଦ୍ଧି ପାଇଛି । ନୀରବଚ୍ଛିନ୍ନ ସୁସ୍ଥତା ହାର ବୃଦ୍ଧି ପାଉଥିବାରୁ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମୋଟ ସଂଖ୍ୟାର ମାତ୍ର ୨୩.୨୪ ପ୍ରତିଶତ ବୋଲି ଜଣାପଡିଛି । ଏଥିସହିତ ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ବର୍ତ୍ତମାନ ୧.୮୬ ପ୍ରତିଶତରେ ପହଞ୍ଚିଛି । ଏହାକୁ ବିଶ୍ଵର ସର୍ବନିମ୍ନ ବୋଲି ବିବେଚନା କରାଯାଉଛି । ବ୍ୟାପକ ପରୀକ୍ଷଣ, ଚିହ୍ନଟ ଓ ଦକ୍ଷ ଚିକିତ୍ସା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଅଧିକ ଆରୋଗ୍ୟ ଓ କମ ମୃତ୍ୟୁହାର ଯୋଗୁଁ ଦେଶର ସୁଚିନ୍ତିତ କୋଭିଡ ପରିଚାଳନା ରଣନୀତି ସମ୍ଭବ ହୋଇପାରିଛି ।
କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ