ଵହଳଦା ଅବକାରୀ ବିଭାଗ ଏଏସଆଇଙ୍କ ହୃଦଘାତରେ ପରଲୋକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବହଳଦା ଅବକାରୀ ବିଭାଗର ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଶରତ ଚନ୍ଦ୍ର ମହାନ୍ତଙ୍କ(୫୪)ର ହୃଦଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଶରତ ମହାନ୍ତ ରବିବାର ରାତିରେ ଖାଇ ପିଇ କବାଟ କିଳି ନିଜ କ୍ବାର୍ଟରରେ ଶୋଇଥିଲେ । ରବିବାର ସକାଳ ୯ଟା ପର୍ଯ୍ୟନ୍ତ କବାଟ ଖୋଲି ନ ଥିଲେ ।ପରେ ଅଫିସ ଷ୍ଟାଫ କବାଟ ବାଡ଼େଇବାପରେ କବାଟ ନ ଖୋଲିବାରୁ ଥାନାକୁ ଖବର ଦେଇଥିଲେ ।ପରେ ପୋଲିସ ଉପସ୍ଥିତିରେ କବାଟ ଭାଙ୍ଗି ଦେଖିଲାବେଳକୁ ଶରତ ମହାନ୍ତ ବାମ ପଟ କଡ଼ ଲେଉଟାଇ ଶୋଇଥିଲେ ।ପରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ରାଇରଙ୍ଗପୁର ହସ୍ପିଟାଲକୁ ପଞ୍ଚନାମା କରିବା ପାଇଁ ପଠାଇଥିଲେ ପରେ ପଞ୍ଚନାମା କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ଯେ ଦୁଇ ମାସ ହେଲା ଶରତ ମହାନ୍ତ ବହଳଦା ଅବକାରୀ ବିଭାଗ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ ।ଦୁଃଖର ବିଷୟ ଗତ ୧୦ବର୍ଷ ମଧ୍ୟରେ ୪ଜଣ ବହଳଦା ଅବକାରୀ କର୍ମଚାରୀ ଘର ଭିତରେ ଶୋଇଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ପୈତୃକ ଘର କରଂଜିଆ ଥାନା ଅନ୍ତର୍ଗତ କୁଳିପୋଷି ଗ୍ରାମର । ସେଠାରେ ତାଙ୍କର ଶେଷକୃତ୍ୟ କରାଯିବ ।