୧୫ଲିଟର ଦେଶୀମଦ ଜବତ ୧ଗିରଫ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରପଡା ଜିଲ୍ଲା ଟାଉନଥାନା ପୋଲିସ ପକ୍ଷରୁ ରବିବାର ସକାଳ ପ୍ରାୟ ସାଢେ ୯ଟା ସମୟରେ କେନ୍ଦ୍ରାପଡା ବ୍ଲକ ଛକରେ ଚଢାଉ କରାଯାଇ ୧୫ ଲିଟର ମଦ ଜବତ କରିବା ସହ ଜଣକୁ ଗିରଫ କରାଯାଇଛିି । ଗିରଫ ଅସାଧୁ ବ୍ୟବସାୟୀ ଜଣକଙ୍କ ପରିଚୟ ଚାଟରାପାଟଣା ଗ୍ରାମର ସୁରେଶ ଚନ୍ଦ୍ର ଦାସ ବୋଲି ଜଣାପଡିଛି । ପୋଲିସ କେସ ନଂ ୧୬୦/୨୦୧୯ରେ ଏକ ମାମଲା ରୁଜୁକରି ି କୋର୍ଟ ଚାଲାଣ କରିଛି । ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ନିର୍ଦେଶରେ ଅନୁଷ୍ଠିତ ଏହି ଚଢାଉରେ ଏସ.ଆଇ ସୈାମ୍ୟରଞ୍ଜନ ଜାଲି, ଏସ.ଆଇ. ପ୍ରଜ୍ଞାଶ୍ରୀ ନାୟକ, ଏ.ଏସ.ଆଇ ଶରତ କୁମାର ବାରିକ, ମହିଳା କନେଷ୍ଟବଳ ତପିନା ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ