କେନ୍ଦ୍ରାପଡାରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାରେ ଧିରେ ଧିରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋମବାର ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୫୬ ବାହାରିଥିବାବେଳେ ମଙ୍ଗଳବାର ଏହି ସଂଖ୍ୟା ୯୭କୁ ବୃଦ୍ଧି ପାଇଥିଲା । ବୁଧବାର ଏହି ସଂଖ୍ୟା ସାମାନ୍ୟ କମି ୭୬ ରହିଥିବା ସୂଚନା ମିଳିଛି । ସହରରେ ସୋମବାର କରୋନା ପଜିଟିଭ ସଂଖ୍ୟା ୨ ଥିବା ବେଳେ ମଙ୍ଗଳବାର ଏହି ସଂଖ୍ୟା ୧୮ ଓ ବୁଧବାର ଏହା ୮ ରହିଛି । ସୋମବାର ସହରର ଭଗେଶ୍ୱରପୁର ଓ ଗୋପରେ ଜଣେ ଲେଖାଁଏ ଲୋକାଲ ପଜିଟିଭ ବାହାରିଥିବା ବେଳେ ମଙ୍ଗଳବାର କଜଳାରେ ୩, ଦିଲାରପୁରରେ ୩, ବଡହାଟରେ ୯ଜଣ ଓ ଅଯୋଦ୍ଧାନଗରରେ ୩ଜଣ ବାହାରିଥିଲେ । ବୁଧବାର ସହରର ବଡହାଟର ୩ଟି ଦୋକାନୀ, ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ, ଜଣେ ମେଡିକାଲ କଲୋନୀରେ ରହୁଥିବା ଓ ଜଣେ ଭୂବନେଶ୍ୱରର ସ୍ୱାସ୍ଥ୍ୟକର୍ମୀ ଅଛନ୍ତି । ସୋମବାର କେନ୍ଦ୍ରାପଡା ବ୍ଲକର ୮ଜଣ, ରାଜକନିକା ବ୍ଲକର ୨୪ଜଣ, ଆଳି ବ୍ଲକର ୪ଜଣ, ମହାକାଳପଡା ବ୍ଲକର ୫ଜଣ, ମାର୍ଶାଘାଇ ବ୍ଲକର ୨ଜଣ, ଡେରାବିଶି ବ୍ଲକର ଜଣେ, ଗରଦପୁର ବ୍ଲକର ୨ଜଣ, ରାଜନଗର ବ୍ଲକର ୫ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୨ଜଣ ଓ ପଟ୍ଟାମୁଣ୍ଡାଇ ପୈାରାଚଂଳର ଜଣେ ପଜିଟିଭ ଥିଲେ । ମଙ୍ଗଳବାର କେନ୍ଦ୍ରାପଡା ବ୍ଲକର ୨୧ଜଣ, ରାଜକନିକା ବ୍ଲକର ୪ଜଣ, ଆଳି ବ୍ଲକର ୭ଜଣ, ମହାକାଳପଡା ବ୍ଲକର ୩ଜଣ, ମାର୍ଶାଘାଇ ବ୍ଲକର ୪ଜଣ, ଡେରାବିଶି ବ୍ଲକର ୧୦ଜଣ, ଗରଦପୁର ବ୍ଲକର ୪ଜଣ, ରାଜନଗର ବ୍ଲକର ୬ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୧୭ଜଣ ଓ ପଟ୍ଟାମୁଣ୍ଡାଇ ପୈାରାଚଂଳର ୩ଜଣ ପଜିଟିଭ ଥିବା ବେଳେ ବୁଧବାର କେନ୍ଦ୍ରାପଡା ବ୍ଲକର ୨୪ଜଣ, ରାଜକନିକା ବ୍ଲକର ୪ଜଣ, ଆଳି ବ୍ଲକର ୯ଜଣ, ମହାକାଳପଡା ବ୍ଲକର ୪ଜଣ, ମାର୍ଶାଘାଇ ବ୍ଲକର ଜଣେ, ଡେରାବିଶି ବ୍ଲକର ୧୧ଜଣ, ଗରଦପୁର ବ୍ଲକର ୭ଜଣ, , ପଟ୍ଟାମୁଣ୍ଡାଇ ବ୍ଲକର ୮ଜଣ ପଜିଟିଭ ବାହାରିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ