ଗାଁକୁ ଗ୍ରାମନେଟ ୱାଇ-ଫାଇ ସଂଯୋଗ

ସବୁ ଗାଁକୁ ଗ୍ରାମନେଟ ମାଧ୍ୟମରେ ୧୦ ଏମବିପିଏସରୁ ୧୦୦ ଏମବିପିଏସ ଗତିରେ ୱାଇ-ଫାଇ ସଂଯୋଗ ପ୍ରଦାନ କରିବା ନେଇ ସରକାର ଆଜି ତାଙ୍କ ସଂକଳ୍ପବଦ୍ଧତା ଦୋହରାଇଛନ୍ତି । ସି-ଡଟର ୩୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ସାମରାଓ ଧୋତ୍ରେ ପ୍ରକାଶ କରିଥିଲେ ଯେ ଭାରତନେଟ ମଧ୍ୟ ୧ ଜିବିପିଏସ ସଂଯୋଗ ପ୍ରଦାନ କରିବା ପାଇଁ ଯୋଜନା କରାଯାଉଛି । ଏହାକୁ ୧୦ ଜିବିପିଏସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ । ଆଜି ଶୁଭାରମ୍ଭ ହୋଇଥିବା ସି-ଡଟର ଏକ୍ସଜିଏସ-ପିଓଏନ ଏହାକୁ ସଫଳ କରିବାରେ ସମ୍ପୂର୍ଣ୍ଣ ଭାବେ ସହାୟକ ହେବ । ସେ କହିଲେ ଯେ ଭାରତ ଯେତେବେଳେ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମବାର୍ଷିକୀ ପାଳନ କରୁଛି, ଏହା ବାପୁଙ୍କ ପାଇଁ ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ଜାତିର ପିତା ଏକ ଆତ୍ମନିର୍ଭରଶୀଳ ଭାରତୀୟ ଗ୍ରାମର ସ୍ୱପ୍ନ ଦେଖିଥିଲେ ।ଶ୍ଧୋତ୍ରେ କହିଲେ ଯେ ସି-ଡଟର ସି-ସ୍ୟାଟ-ଫାଇ ପ୍ରଯୁକ୍ତି ଭାରତୀୟ ଜନସାଧାରଣ, ବିଶେଷ କରି ଗ୍ରାମୀଣ ତଥା ଦୁର୍ଗମ ଅଂଚଳ ଲୋକଙ୍କୁ ସଶକ୍ତ କରିବ । ଏହାଦ୍ୱାରା ଦେଶର ପ୍ରତ୍ୟେକ କୋଣଅନୁକୋଣରେ ମୋବାଇଲ ଫୋନରେ ୱାଇ-ଫାଇ ସୁବିଧା ଉପଲବ୍ଧ ହେବ । ସେ କହିଲେ ଯେ ଏହି ନୂତନ ବୈଷୟିକ ଜ୍ଞାନ ଫଳରେ ଫାଇବର ସଂଯୋଗ ଏବଂ ଇଂଟରନେଟ ଉପଲବ୍ଧ ନଥିବା ଦୁର୍ଗମ ଅଂଚଳର ଜନସାଧାରଣଙ୍କୁ ଉପଗ୍ରହ ସହିତ ସଂଯୁକ୍ତ କରାଯାଇ ମୁଖ୍ୟସ୍ରୋତକୁ ଅଣାଯାଇ ପାରିବ, ମନ୍ତ୍ରୀ ସି-ଡଟର ନୂତନ ନବୋନ୍ମେଷ ସି-ସ୍ୟାଟ-ଫାଇ ଓ ସିଆଇଏସଟିବିର ଲୋକାର୍ପଣ କରିଥିଲେ ।ଉଦଘାଟନୀ ଅଧିବେଶନରେ ମନ୍ତ୍ରୀଙ୍କ ସହିତ ଇଟିଏସଆଇର ସାଧାରଣ ନିର୍ଦ୍ଦେଶକ ଶ୍ରୀ ଲୁଇସ ଜର୍ଜ ରୋମେରୋ ଏବଂ ୟୁରୋପ ସଂଘର ପ୍ରତିନିଧି ରେୟମଣ୍ଡ ମାଗିସ, ଚାର୍ଜ ଡି ଆଫାୟର୍ସ ଏବଂ ଟେଲି ଯୋଗାଯୋଗ ବିଭାଗର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ