ବାଲିଗୁଡାରେ ଲଗାଣ ବର୍ଷା ଜାରୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡାରେ ଲଗାଣ ବର୍ଷା ହୋଇଛି। ଗତ ଦୁଇଦିନ ଠାରୁ ବାଲିଗୁଡାରେ ମୁଷଳ ଧାରାରେ ବର୍ଷା ହେଉଛି ବର୍ଷା ଛାଡିବାର ନାମ ନେଉନାହିଁ। ଏମିତି ବର୍ଷା ହେଉଛି ଯେ ଲୋକେ ଘରୁ ବାହାରକୁ ବାହାରିପାରୁ ନାହାନ୍ତି। ଲଗାଣ ବର୍ଷା ହେବା ଫଳରେ ବାଲିଗୁଡା ଅଞ୍ଚଳରେ ଥିବା ସମସ୍ତ ବିଲ ବାଡିରେ ବର୍ଷା ଜଳ ଭର୍ତ୍ତି ହୋଇରହିଛି। ହୋଇଥିବା ଧାନଚାଷ ଉପରେ ପାଣିଉବୁଡୁବୁ ହୋଇରହିଛି। ଏଥିନିମନ୍ତେ ଚାଷିମାନେ ନିଜେ କରିଥିବା ଚାଷ ପୋଚହୋଇ ନଷ୍ଟ ହୋଇଯିବ ବୋଲି ଆଶା ଆଶଙ୍କା କରୁଛନ୍ତି। ଅପର ପକ୍ଷେ ବାଲିଗୁଡା ଅଞ୍ଚଳରେ ଲଗାଣ ଲଘୁଚାପ ବର୍ଷା ଯୋଗୁଁ କିଛି ଘର ଭାଙ୍ଗିଥିବା ନଜିରକୁ ଆସିଛି।ବାଲିଗୁଡା ଏନଏସିର କଟପଡି,ବଡଗାଁ ଛକ, ଗଞ୍ଜୁପଡି ଆଦି ଅଂଚଳରେ ପ୍ରାୟ ୧୦ରୁ ଅଧିକ ଘର ଭାଙ୍ଗିଯାଇଛି।ହେମନ୍ତ କୁମାର ଦିଗାଳ,କମଳା ଦିଗାଳ,ଯମୁନା ଦିଗାଳ, ଡପା ଦିଗାଳ,ବିଶ୍ୱନାଥ ଦିଗାଳ ଏହିଭଳି ଅନେକ ଲୋକଙ୍କ ଘର ଭାଙ୍ଗିଛି।କାହାର ଘରର କାନ୍ଥ ଭୁଷୁଡିଛିତ ଅଉ କାହାର ଆଜବେଷ୍ଟସ ଭାଙ୍ଗିଛି,ଆଉ କାହାର ସଂପୁର୍ଣ୍ଣ ଘର ଭାଙ୍ଗିଯାଇଛି। ଯେଉଁ ମାନଙ୍କର ଘର ଭାଙ୍ଗିଛି ସେମାନେ ସେହି ଜାଗାରେ ବର୍ଷବର୍ଷଧରି ରହି ଆସୁଥିଲେ ସୁଧା ସେମାନଙ୍କୁ ସେହି ଜାଗାର ପଟ୍ଟା ମିଳିନାହିଁ। ପଟ୍ଟା ମିଳିନଥିବା ହେତୁ ବର୍ତମାନ ବର୍ଷାରେ ଘର ଭାଙ୍ଗିବା ଫଳରେ ସେମାନଙ୍କୁ କେବଳ ଗୋଟିଏ ପଲଥିନ ଛଡା ଆଉ କିଛି ସରକାରୀ ସହାୟତା ମିଳିପାରୁ ନାହିଁ।ଯାହାକି ଏହି ଗରୀବ ଓ ଦିନମଜୁରିଆ ପରିବାର ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି।ଏହି ଲୋକମାନେ ବର୍ତମାନ ଲକଡାଉନ ସମୟରେ ନିଜର ଭାଙ୍ଗିଯାଇଥିବା ଘରକୁ କିଭଳି ଗଢିତୋଳିବେ ତାହା ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି।ଏପଟେ କରୋନା କଟକଣା ପାଇଁ ସବୁ କାମଧନ୍ଦା ବନ୍ଦ ଥିଲା ଏବେ ଟିକିଏ ପରିସ୍ଥିତି ସୁଧୁରିବା ସମୟରେ ଲଗାଣ ବର୍ଷା କଲା କାଳ  । ନା ଏବେ ସେମାନେ କାମକୁ ଯାଇ  ପରିବାର ପ୍ରତିପୋଷଣ କରିବେ ନା ଭାଙ୍ଗିଥିବା ଘରକୁ ତିଆରି କରିବେ।ଏହିବାବଦରେ ଆରଆଇ ରୁନୁମା ମଳିକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ କଟପଡି  ଓ ବଡଗାଁ ଏରିଆରେ ପ୍ରାୟ ଆଠରୁ ଦଶଟି ଘର ଭାଙ୍ଗିଛି ଓ ସେ ଅଂଚଳକୁ ବୁଲି କିଛି ପରିବାରକୁ ଜରିପାଲ ଦିଆଯାଇଛି ଓଅନ୍ୟ ଘର ବୁଲି ଦେଖୁଛୁ ଅନ୍ୟ ମାନଙ୍କୁ ମଧ୍ୟ  ଜରିପାଲ ଦିଆଯିବ ବୋଲି କହିଛନ୍ତିି। ଅପରପଟେ ବାଲିଗୁଡା ବ୍ଲକ ଖମନଖୋଲ ଓ ଲଣ୍ଡାଗାଁ ପଂଚାୟତ ଦେଇ ଯାଇଥିବା ଖଡଗନଦୀ ଫୁଲୁଥିବା ଯୋଗୁଁ ନଦୀ ପାଖ ଗାଁ ଗୁଡିକ କାଳେ  ବନ୍ୟା ଜଳ ଗାଁରେ ପଶିଯିବକି ଭାବି ଭୟଭୀତ  ହୋଇ ଅଛନ୍ତି ଲୋକେ।ଯେହେତୁ ବିଗତ ବର୍ଷ ବନ୍ୟାଜଳ  ଗାଁରେ ମାଡିଯିବା ହେତୁ ଘର ଦ୍ୱାର ଭାଙ୍ଗିବା ସହ କ୍ଷୟକ୍ଷତି ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ