ପଥର ଖାଦାନ ଲିଜ୍ ପ୍ରଦାନକୁ ତୀବ୍ର ବିରୋଧ
ଟାଙ୍ଗୀ,(ଦୀପକ୍ କୁମାର ବେଉରା): ଟାଙ୍ଗୀ-ଚୌଦ୍ଵାର ତହସିଲ ଅନ୍ତର୍ଗତ ଉଚ୍ଚପଦା ପଞ୍ଚାୟତର ମଣିଆ ମୈଜାରେ ପଥର ଖନନ ନିମନ୍ତେ ଲିଜ୍ ପ୍ରଦାନ ନିମନ୍ତେ ନୋଟିସ୍ ପ୍ରଦାନକୁ ତୀବ୍ର ବିରୋଧ କରିଛନ୍ତି ମଣିଆ ଗ୍ରାମବାସୀ । ଉଚ୍ଚପଦା ପଞ୍ଚାୟତ ସରପଞ୍ଚ ବିରଜା ପ୍ରସାଦ ରାଉତ ମଧ୍ୟ ଏହାକୁ ବିରୋଧ କରିବା ସହିତ ପଞ୍ଚାୟତରେ ଏକ ରିଜୋଲ୍ୟସନ ପାସ୍ କରିଛନ୍ତି | ଏଠାରେ ସୂଚନା ଯୋଗ୍ୟ ମଣିଆ ମୈଜାର ଖାତା ନଂ ୫୨୯ ପ୍ଲଟ ନଂ ୯୩ ରେ ପଥର ଖନନ ପାଇଁ ଟାଙ୍ଗୀ ଚୌଦ୍ଵାର ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗତ ତା ୧୩.୦୮.୨୦୨୦ ରିଖ ପତ୍ର ସଂଖ୍ୟା ୩୩୩୩ ରେ ନିଲାମ ନୋଟିସ୍ ଜାରିକରାଯାଇଛି । ଏହାକୁ ବିରୋଧ କରି ଉଚ୍ଚପଦା ଗ୍ରାମପଞ୍ଚାୟତ ପକ୍ଷରୁ ଏକ ଗ୍ରାମସଭା ବୈଠକ କରି ଏହି ନିଲାମ ନୋଟିସ୍ ବିରୋଧରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ କରିଛନ୍ତି । ଗୁରୁବାର ସରପଞ୍ଚଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଟାଙ୍ଗୀ ଚୌଦ୍ଵାର ତହସିଲଦାରଙ୍କ ଉଦ୍ଦେଶ୍ୟରେ ଏକ ସ୍ବାରକପତ୍ର ଉଚ୍ଚପଦା ରାଜସ୍ୱ ନିରୀକ୍ଷକଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ଏଠାରେ ପଥର ଖାଦାନ କରାଗଲେ ଏଠାରେ ଗ୍ରାମବାସୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ଗ୍ରାମର ୯୦ ଭାଗ ଲୋକ ଗୋପାଳ ସଂପ୍ରଦାୟର ହୋଇଥିବାରୁ ଖଣି ଫଳରେ ବିରାଟ ବିରାଟ ଗର୍ତ୍ତ ମାନ ସୃଷ୍ଟି ହେବା ସହ ଗାଈଗୋରୁ ମାନଙ୍କ ନିମନ୍ତେ ଗୋଚର ଜମିର ଅଭାବ ପଡିବ ପ୍ଲଟ ନଂ ୯୩ର ଅପରପାର୍ଶ୍ବରେ ଥିବା ଶହ ଶହ ଏକର ଚାଷଜମି ବାହ୍ୟ ଜଗତରୁ ବିଛିନ୍ନ ହୋଇଯିବାର ସମ୍ଭାବନା ରହିଛି ସରପଞ୍ଚ ବିରଜା ପ୍ରସାଦ ରାଉତ ଗ୍ରାମ ସଭାର ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇ ନିଲାମ ନୋଟିସ୍ କୁ ବାତିଲ କରିବାକୁ ଦାବି କରିଛନ୍ତି ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ସ୍ବେତାମ୍ବର ସ୍ବାଇଁ,କୋଳାସ ଚନ୍ଦ୍ର ଖିଲାର , ରାମଚନ୍ଦ୍ର ସାମଲ,କେଶବ ବେହେରା, ଚକ୍ରଧର ମଲ୍ଲିକ, ଶାନ୍ତନୁ ମହାନ୍ତି, ହରିହର ପଟ୍ଟନାୟକ, ଶ୍ୟାମସୁନ୍ଦର ସ୍ବାଇଁ, ପ୍ରଦୋଷ ତ୍ରିପାଠୀ, ଦୂର୍ଗାମାଧବ ସାହୁ,ଅମର ପ୍ରସାଦ ଓଝା, ଦୂର୍ଗାପ୍ରସାଦ ଜେନା,ଅମୀୟ ସ୍ବାଇଁ, ଶ୍ରୀକାନ୍ତ ସ୍ବାଇଁ,ତୋଫାନ ରାଉତ, ଦେବେନ୍ଦ୍ର ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।